Mandakinee Kar sacked

ଆଜି ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷ ଶ୍ରୀମତୀ ମନ୍ଦାକିନୀ କର ଏବଂ ୫ ଜଣ ସଦସ୍ୟ ଯଥା – ସସ୍ମିତା ନନ୍ଦ, ରୁବି ବିଶ୍ଵାଳ, ଜାଲିନା ପ୍ରିୟଦର୍ଶିନୀ, ଛବି ମହାଲି ଓ ଅନିତା ବେହେରା ଙ୍କୁ ବହିଷ୍କୃତ କରାଯାଇଛି ।

୨୦୨୪ ନଭେମ୍ବର ୧୬ ତାରିଖରେ ଅଧ୍ୟକ୍ଷ ଏବଂ ସଦସ୍ୟମାନଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗ ଆଧାରରେ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଥିଲା । ଏହା ବିରୁଦ୍ଧରେ କର ଏବଂ ଅନ୍ୟ ସଦସ୍ୟମାନେ ଉଚ୍ଚନ୍ୟାୟାଳର ଦ୍ୱାରସ୍ଥ ହୋଇଥିଲେ । ସମସ୍ତ ତଥ୍ୟକୁ ବିଚାରକୁ ନେଇ ଉଚ୍ଚ ନ୍ୟାୟାଳୟ ଆବେଦନକୁ ଖାରଜ କରିବା ପରେ ଆଜି ସମସ୍ତଙ୍କ ବହିଷ୍କାର ନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆଦେଶନାମା ଜାରି କରାଯାଇଛି ।

By Nirvay

Leave a Reply

Your email address will not be published. Required fields are marked *