ଆଜି ଦିଲ୍ଲୀରେ ବିଜେପିରେ ଯୋଗଦେଇଛନ୍ତି ମମତା ମହନ୍ତ । କାଲି ରାଜ୍ୟସଭା ସାଂସଦ ପଦ ଓ ବିଜେଡି ଦଳରୁ ଇସ୍ତଫା ଦେଇଥିଲେ ମମତା ମହନ୍ତ । ବିଜେପି ଦିଲ୍ଲୀ ମୁଖ୍ୟାଳୟରେ ସାଧାରଣ ସଂପାଦକ ଅରୁଣ ସିଂହଙ୍କ ଉପସ୍ଥିତିରେ ଆଜି ସାମିଲ ହୋଇଛନ୍ତି ମମତା ମହନ୍ତ। ମୁଖ୍ୟାଳୟରେ ପ୍ରଭାରୀ ବିଜୟପାଲ୍ ସିଂ ତୋମାରଙ୍କ ସହ ବହୁ ନେତା ଉପସ୍ଥିତ ରହିଥିବା ସୂଚନା । ୨୦୨୬ ପର୍ଯ୍ୟନ୍ତ କାର୍ଯ୍ୟକାଳ ସରିବା ପୂର୍ବରୁ ସେ ନିଜ ପଦରୁ ଇସ୍ତଫା ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିବା ବେଳେ ଆଜି ଶଙ୍ଖ ଛାଡ଼ି ପଦ୍ମ ଧରିଛନ୍ତି ମମତା । ଅନ୍ୟପଟେ ବିଜେପିରେ ଯୋଗଦେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟାଦେଇ ମମତା କହିଛନ୍ତି ଲୋକମାନେ ମୋର ସଂପତ୍ତି, ଲୋକଙ୍କ ସେବା ହିଁ ଏକମାତ୍ର ଲକ୍ଷ୍ୟ । ବିଜେଡିରେ ଅଣଦେଖା କରାଗଲା, ସେବା ସୁଯୋଗ ପାଇଲିନି । ବିଜେଡିରେ ମୋର ଆଉ ଆବଶ୍ୟକତା ଲୋଡ଼ା ପଡୁନି ଅନୁଭବ କଲି ସେଥିପାଇଁ ମୁଁ ବିଜେଡି ଛାଡିଲି। ମମତା ହେଉଛନ୍ତି ମୟୂରଭଞ୍ଜ ଜିଲା କୁଡୁମୀ ସମ୍ପ୍ରଦାୟର ଜଣେ ଟାଣୁଆ ନେତ୍ରୀ। ରାଜନୀତିର ଆରମ୍ଭରୁ ମମତା ତୃଣମୂଳ ସ୍ତରରେ କାର୍ଯ୍ୟ କରିବା ଆରମ୍ଭ କରି ୨୦୧୨ ମସିହାରେ ବିଶୋଇ ବ୍ଲକ୍ର ୩୪ ନମ୍ବର ଜୋନ୍ରୁ ଜିଲା ପରିଷଦ ସଦସ୍ୟା ଭାବେ ନିର୍ବାଚିତ ହୋଇଥିଲେ । ପରବର୍ତ୍ତୀ ସମୟରେ ତାଙ୍କୁ ମହିଳା ମୋର୍ଚ୍ଚା ସଭାପତି କରାଯାଇଥିଲା । ୨୦୨୦ରେ ବିଜେଡି ଟିକେଟ୍ରେ ରାଜ୍ୟସଭାକୁ ଯାଇଥିଲେ । ୨୦୨୬ ପର୍ଯ୍ୟନ୍ତ ଥିଲା ମମତାଙ୍କ କାର୍ଯ୍ୟକାଳ ସାଂସଦ ପଦ ସହ ବିଜେଡିରୁ ଦେଇଥିଲେ ଇସ୍ତଫା । Post navigation ପିସିସି ସଭାପତିଙ୍କ ନାମ ଘୋଷଣା ପାଇଁ କଂଗ୍ରେସ ହାଇକମାଣ୍ଡଙ୍କୁ ଜୟଦେବଙ୍କ ଚିଠି ୱାୟନାଡରେ ଭାରତୀୟ ବାୟୁସେନା ଦ୍ବାରା ଉଦ୍ଧାର ଓ ରିଲିଫ କାର୍ଯ୍ୟ ଜାରି