ସଜେଇ ହେଉଛି ମାଲକାନଗିରି ଜିଲ୍ଲା । ଫେବ୍ରୁଆରୀ ୧ ତାରିଖରୁ ଆରମ୍ଭ ହବ ମାଲକାନଗିରି ଜିଲ୍ଲା ମହୋତ୍ସବ ‘ମାଲ୍ୟବନ୍ତ’ । ପାରମ୍ପରିକ ଆଦିବାସୀ ନାଚ ଗୀତରେ ଦୁଲକିବ ଉପାନ୍ତ ଅଞ୍ଚଳ । ଏଥିପାଇଁ ରଙ୍ଗବେରଙ୍ଗରେ ସଜେଇ ହୋଇଛି ମାଲକାନଗିରି । ମାଲକାନଗିରିର ଜାତୀୟସ୍ତରର ଆଦିବାସୀ ମହୋତ୍ସବ ‘ମାଲ୍ୟବନ୍ତ’ ଫେବ୍ରୁଆରୀ ୧ ତାରିଖରୁ ୫ ଯାଏଁ ଚାଲିବ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଲିଛି ପ୍ରସ୍ତୁତି । ପୁରା ମାଲ୍ୟବନ୍ତ ପଡ଼ିଆ ସିସିଟିଭି ନଜରରେ ରହିବ । ବିଶୃଙ୍ଖଳାକାରୀଙ୍କ ବିରୋଧରେ NSAଲାଗିବ ବୋଲି ମାଲକାନଗିରି ଜିଲ୍ଲାପାଳ କଡ଼ା ଚେତାବନୀ ଦେଇଛନ୍ତି । ପୂର୍ବରୁ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଯୋଗୁଁ ମାଲକାନଗିରି ଜିଲ୍ଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ଯୋଗୁଁ ଜିଲ୍ଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ ମହୋତ୍ସବ – ୨୦୨୫କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥଗିତ ରଖାଯାଇଥିଲା । Post navigation Godavarish Mishra Adarsh Vidyalaya: ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ Odisha Pradesh Mahila Congress: ଆରମ୍ଭ ହେଲା ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସର ଦୁଇଦିନିଆ ପ୍ରଶିକ୍ଷଣ ଶିବିର