ଲଘୁଚାପଜନିତ ଲଗାଣ ବର୍ଷା ଲାଗିରହିଛି। ଏହାର ପ୍ରଭାବରେ ମାଲକାନଗିରି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ଜିଲ୍ଲାର ପାଙ୍ଗମ, କାଙ୍ଗୁରୁକୋଣ୍ଡା, ପୋଟେରୁ, ଏମ ଭି-୭, କନ୍ୟାଶ୍ରମ, ଏମ ଭି- ୯୦ ଓ ଏମ ଭି-୯୬ ପୋଲ ଉପରେ ୪ରୁ ୫ ଫୁଟର ପାଣି ଚାଲୁଛି । ଫଳରେ ମାଲକାନଗରିରୁ ମୋଟୁ ଏବଂ ଜୟପୁରରୁ ମାଲକାନଗିରିକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ରାସ୍ତାର ଉଭୟ ପାର୍ଶ୍ୱରେ ଅନେକ ଯାନବାହନ ଅଟକି ରହିଛି । ସେହିପରି କାଲିମେଳାରୁ ମୋଟୁକୁ ମଧ୍ୟ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ମାଲକାନଗିରି ଜିଲ୍ଲାର କିଛି ଅଞ୍ଚଳ ଏକ ପ୍ରକାର ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଥାଏ । ଅଧିକାଂଶ ଅଞ୍ଚଳ ଏବେ ଜଳମଗ୍ନ ଥିବା ବେଳେ କଚ୍ଚାଘର ଭାଙ୍ଗିଯାଇଛି। ଲୋକେ ଖାଇବା ଓ ରହିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

Leave a Reply

Your email address will not be published. Required fields are marked *