ଏସ ଏସ ରାଜମୌଲିଙ୍କ ଆଗାମୀ ଫିଲ୍ମ ‘ଏସଏସଏମବି୨୯’ ପାଇଁ କୋରାପୁଟର ସେମିଲିଗୁଡ଼ା ବ୍ଲକ ଅନ୍ତର୍ଗତ ମନୋରମ ତଳମାଳି ପାହାଡ଼ରେ ସୁଟିଂ ଆରମ୍ଭ ହୋଇଛି । ସାଉଥ୍ର ପ୍ରଖ୍ୟାତ ନିର୍ଦ୍ଦେଶକ ଏସଏସ୍ ରାଜାମୌଲୀ, ଦକ୍ଷିଣ ସୁପରଷ୍ଟାର ମହେଶ ବାବୁ ଓ ଟିମ୍ର ଅନ୍ୟ ସଦସ୍ୟ ଦେଓମାଳି ଓ ତଳମାଳିରେ ଚଳଚ୍ଚିତ୍ର ସୁଟିଂ ପାଇଁ ପହଞ୍ଚିଛନ୍ତି । କିଛି ସମୟ ଭିତରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ମଧ୍ୟ ସୁଟିଂ ପାଇଁ ପହଞ୍ଚିବେ । ପୃଥ୍ୱୀରାଜ ସୁକୁମାରନ ଓ ମହେଶ ବାବୁଙ୍କ ସହ ୫୦୦ କ୍ରୁ ମେମ୍ବରଙ୍କୁ ନେଇ ସୁଟିଂ ଆରମ୍ଭ ହୋଇଛି । ଜିଲ୍ଲା ପ୍ରଶାସନ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ତଲାମାଲି ଏବଂ ଦେଓମାଲିରେ ସୁଟିଂ ପାଇଁ ଅନୁମତି ପ୍ରଦାନ କରିଥିବା ଜଣାପଡିଛି । Post navigation ଶଙ୍ଖ ଭବନରେ ବିଜେଡିର ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ସୁଭଦ୍ରା ଯୋଜନା ଏବେ ‘ସୁଭଦ୍ରା ବିପ୍ଳବ’ ରେ ପରିଣତ ହୋଇଛି: ମୋହନ ମାଝୀ