ଆଜି ମହାତ୍ମା ଗାନ୍ଧୀଙ୍କ ଜନ୍ମବାର୍ଷିକୀ । ବାପୁଙ୍କ ୧୫୬ତମ ଜନ୍ମଜୟନ୍ତୀ ଅବସରରେ ରାଜଘାଟରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଶ୍ରଦ୍ଧାଞ୍ଜଳି ଦେବା ପୂର୍ବରୁ ନରେନ୍ଦ୍ର ମୋଦି ଏକ ସୋସିଆଲ ମିଡିଆ ପୋଷ୍ଟ ଲେଖିଥିଲେ, ଗାନ୍ଧୀ ଜୟନ୍ତୀ ହେଉଛି ପ୍ରିୟ ବାପୁଙ୍କ ଅସାଧାରଣ ଜୀବନକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା । ତାଙ୍କ ଆଦର୍ଶ ମାନବ ଇତିହାସର ଗତିପଥକୁ ପରିବର୍ତ୍ତନ କରିଥିଲା । ସେ ଲୋକଙ୍କୁ ସଶକ୍ତ କରିବାର ଏକ ଅତ୍ୟାବଶ୍ୟକ ଉପାୟ ଭାବରେ ସେବା ଓ କରୁଣାର ଶକ୍ତିରେ ବିଶ୍ବାସ କରୁଥିଲେ । ଏକ ବିକଶିତ ଭାରତ ଗଠନ ପାଇଁ ତାଙ୍କ ପଥ ଅନୁସରଣ କରି ଚାଲିବୁ ।

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲ ବାହାଦୁର ଶାସ୍ତ୍ରୀଙ୍କୁ ମଧ୍ୟ ମନେ ପକାଇଥିଲେ, ଯାହାଙ୍କ ଜନ୍ମବାର୍ଷିକୀ ମଧ୍ୟ ଅକ୍ଟୋବର ୨ ରେ ପଡୁଛି । ସେ ଏକ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି, ‘ଶ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ଜୀ ଜଣେ ଅସାଧାରଣ ରାଜନେତା ଥିଲେ ଯାହାଙ୍କ ସଚ୍ଚୋଟତା, ନମ୍ରତା ଏବଂ ଦୃଢ଼ ସଂକଳ୍ପ ଚ୍ୟାଲେଞ୍ଜିଂ ସମୟରେ ମଧ୍ୟ ଭାରତକୁ ମଜବୁତ କରିଥିଲା ।

Leave a Reply

Your email address will not be published. Required fields are marked *