ମହାନଦୀ ଜଳବିବାଦର ସମାଧାନର ବାଟ ଖୁବ ଶୀଘ୍ର ବାହାରିବ, ଟ୍ରିବ୍ୟୁନାଲ ତାରିଖ ବନ୍ଦ ହେବ, ଆପୋସ ଆଲୋଚନାରେ ମହାନଦୀ ଜଳବିବାଦ ସମାଧାନ ହେବ ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରୁଛନ୍ତି ବୋଲି ସେ କହିଛନ୍ତି ।
 
ଛତିଶଗଡ଼ର ଏହାକୁ ନେଇ ବିଶେଷ କିଛି ସମସ୍ୟା ଥିଲା ପରି ମନେ ହେଉନି ।ଛତିଶଗଡ଼ ଓ କେନ୍ଦ୍ର ସହ ଆପୋସ ସମାଧାନ ନେଇ ସାମଲ ଆଶାବାଦୀ ବୋଲି କହିଛନ୍ତି । ବିଗତ ସରକାର ସେ ଦିଗରେ ଚିନ୍ତା କରିନଥିଲେ ବୋଲି ଆଜି ଓଡ଼ିଶା ଏଭଳି ସ୍ଥିତିରେ ଅଛି ବୋଲି ମନମୋହନ ସାମଲ କହିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *