ଖୁବଶୀଘ୍ର ମହାନଦୀ ରିଭର ଫ୍ରଣ୍ଟ ପ୍ରକଳ୍ପ କାମ ଆରମ୍ଭ ହେବ ବୋଲି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ପ୍ରକଳ୍ପ ପାଇଁ ୨୨୦ କୋଟି ଖର୍ଚ୍ଚ ହେବା ନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ । ରିଭର ଫ୍ରଣ୍ଟ ପ୍ରକଳ୍ପ ଡିପିଆର୍କୁ ସରକାର ଅନୁମୋଦନ କରିଛନ୍ତି । ଆସନ୍ତା ବାଲିଯାତ୍ରା ସୁଦ୍ଧା ପ୍ରଥମ ଫେଜ୍ କାମ ସାରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି କୃଷ୍ଣ ଚନ୍ଦ୍ର ମହାପାତ୍ର କହିଛନ୍ତି । ଏହି କାମକୁ ସିଡିଏ ତ୍ୱରାନ୍ୱିତ କରିବ । Post navigation ଭୁବନେଶ୍ୱରରେ ପହଞ୍ଚିଲେ ଜେ.ପି. ନଡ୍ଡା ବିଭିନ୍ନ ବିଭାଗର ଖର୍ଚ୍ଚ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ