ବାବା ଆଖଣ୍ଡଳମଣି ପୀଠରେ ଭୋର ୪ଟା ୩୫ ମିନିଟ ସମୟରେ ଉଠିଲା ମହାଦୀପ । ମହାଦୀପ ଉଠିବା ବେଳେ ଭକ୍ତଙ୍କ ହରିବୋଲ, ହୁଳହୁଳି, ଘଣ୍ଟଘଣ୍ଟା ଓ କୀର୍ତ୍ତନରେ ପ୍ରକମ୍ପିତ ହୋଇଥିଲା ପରିବେଶ । ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ସାରା ରାତି ଉଜାଗର ରହି ଦୀପ ଜଳୁଥିଲେ ଶ୍ରଦ୍ଧାଳୁ। ମହାଦୀପ ଉଠିବା ପରେ ବ୍ରତ ଭାଙ୍ଗିଥିଲେ ଶ୍ରଦ୍ଧାଳୁ । ଆଖଣ୍ଡଳମଣି ପୀଠରେ ଭୋର ସମୟରେ ମହାଦୀପ ଉଠିବାର ପରମ୍ପରା ରହିଛି ।

ମହାଶିବରାତ୍ରୀ ଅବସରରେ ବାବା ଆଖଣ୍ଡଳମଣି ଭକ୍ତଙ୍କୁ ଅପୂର୍ବ ସୁନା ବେଶରେ ଦର୍ଶନ ଦେଇଛନ୍ତି । ରାତି ୧୨ଟାରେ ବାବାଙ୍କୁ ସୁନାବେଶ କରାଯାଇଥିଲା। ରାତି ୩ଟାରେ ବାବାଙ୍କ ସୁନାବେଶ ଦର୍ଶନ ସର୍ବସାଧାରଣ ଦର୍ଶନ କରିବା ପରେ ରାତ୍ର ୩ଟା ୩୦ରୁ ୪ଟା ୩୦ମଧ୍ୟରେ ଷୋଡଶ ଉପଚାର ପୂଜାରେ ମହାଦୀପ ପ୍ରତିଷ୍ଠା ଓ ଅଗ୍ନି ସଂଯୋଗ କରାଯାଇ ୪ଟା ୩୫ରେ ବିଶ୍ବକଲ୍ୟାଣ ଉଦ୍ୟେଶରେ ମହାଦୀପ ମନ୍ଦିରଚୂଡାକୁ ଉଠିଥିଲା।

Leave a Reply

Your email address will not be published. Required fields are marked *