mahabharat-fame-pankaj-dheer-passes-away
ବି.ଆର. ଚୋପ୍ରାଙ୍କ “ମହାଭାରତ” ରେ କର୍ଣ୍ଣଙ୍କ ଚରିତ୍ର ପାଇଁ ଘରେ ଘରେ ପରିଚିତ ବରିଷ୍ଠ ଅଭିନେତା ପଙ୍କଜ ଧୀର ଆଉ ଆମ ଗହଣରେ ନାହାନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ହୋଇଥିଲା । ସେ ଅନେକ ଦିନ ଧରି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଏବଂ ଦୀର୍ଘ ସମୟ ଧରି କର୍କଟ ରୋଗ ସହିତ ଲଢ଼ୁଥିଲେ ।
 
ପଙ୍କଜ ଧୀରଙ୍କ ବିୟୋଗ ଭାରତୀୟ ଟେଲିଭିଜନରେ ଏକ ଯୁଗର ଅନ୍ତ ଘଟାଇଛି । ତାଙ୍କର ହଠାତ୍ ବିୟୋଗରେ ଚଳଚ୍ଚିତ୍ର ଏବଂ ଟେଲିଭିଜନ ଜଗତରେ ଶୋକର ଛାୟା ଖେଳିଯାଇଛି ।
 
ପଙ୍କଜ ଟିଭି ଏବଂ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ବଡ଼ ବଡ଼ ପ୍ରୋଜେକ୍ଟରେ କାମ କରିଥିଲେ । ସେ କରିଥିବା କାମ ଭିତରେ ‘ଚନ୍ଦ୍ରକାନ୍ତା’, ‘ଦି ଗ୍ରେଟ୍ ମରାଠା’ ଭଳି ସୋ’ ଅନ୍ତର୍ଭୁକ୍ତ ।ଟିଭି ସୋ’ ବ୍ୟତୀତ ପଙ୍କଜ “ସଡକ,” “ସୈନିକ,” ‘ସୋଲଜର’ ଏବଂ “ବାଦଶାହ” ସମେତ ଅନେକ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ ଏବଂ ଟେଲିଭିଜନରେ ସକ୍ରିୟ ରହିଥିଲେ ।
 
ଦର୍ଶକ ତାଙ୍କୁ ସର୍ବଦା ତାଙ୍କୁ “ଦାନବୀର କର୍ଣ୍ଣ” ଭାବରେ ମନେ ରଖିବେ ।

By Nirvay

Leave a Reply

Your email address will not be published. Required fields are marked *