ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମୟରେ ଭଙ୍ଗା ଯାଇଥିବା ମଠ, ମନ୍ଦିର, ବିଜେସ୍ଥଳୀ ଗୁଡ଼ିକୁ ପୁନଃସ୍ଥାପନ କରିବେ ରାଜ୍ୟ ସରକାର । ୧୯ଟି ମଠକୁ ପୁନଃର୍ବାସ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ଓଡିଶା ସରକାର । ଗୋଟିଏ ଜାଗାରେ ମଠ ଗୁଡ଼ିକର ବିଜେସ୍ଥଳୀ ସ୍ଥାପିତ କରାଯିବ । ଏନେଇ ପୁରୀରେ ଜାଗା ଚିହ୍ନଟ ହୋଇଛି । ଗୋଟିଏ ଜାଗାରେ ବିଜେସ୍ଥଳୀ ରହିଲେ ଭକ୍ତଙ୍କ ପାଇଁ ସୁବିଧା ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । ଏ ନେଇ ଦେବୋତ୍ତର କମିଶନ ସହ ଆଲୋଚନା ସରିଛି ବୋଲି ଆଇନ ମନ୍ତ୍ରୀ ସୂଚନା ଦେଇଛନ୍ତି । Post navigation ରଥଯାତ୍ରା ପାଇଁ ମିଳିବ ସରକାରୀ ସହାୟତା ୨୭ ରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର; ସପ୍ତାହେ ରହିବ କାଳବୈଶାଖୀ ବର୍ଷାର ପ୍ରଭାବ