ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ କାରଣରୁ ହରମୁଜ୍ ପ୍ରଣାଳୀ (Strait of Hormuz) ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି । ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ସୃଷ୍ଟି ହୋଇଥିବା ତୈଳ ସଙ୍କଟ ଭିତରେ ଭାରତକୁ ଆଶ୍ୱସ୍ତ କରି କାଣ୍ଡ୍ଲା ବନ୍ଦରରେ MT ଜଗ୍ ବସନ୍ତ ପହଞ୍ଚିଛି । ଏହି ଜାହାଜ ୪୭,୦୦୦ ମେଟ୍ରିକ ଟନ୍ ଏଲପିଜି ବୋଝେଇ କରି ଆସିଛି । କିଛି ସମୟ ଭିତରେ ସିପ୍ ଟୁ ସିପ୍ ଟ୍ରାନ୍ସଫର ପ୍ରକ୍ରିୟା ଆରମ୍ଭ ହେବ । ଏହା ସହିତ ଆଉ ଦୁଇଟି ବାଣିଜ୍ୟିକ ଜାହାଜ ହର୍ମୁଜ୍ ପ୍ରଣାଳୀ ଅତିକ୍ରମ କରୁଛି, ଯାହା ପେଟ୍ରୋଲିୟମ ଉତ୍ପାଦ ସାମଗ୍ରୀ ବୋଝେଇ କରି ଆସୁଛି । ନୌସେନାର ଯୁଦ୍ଧ ଜାହାଜ ସହଯୋଗ ପାଇଁ ଷ୍ଟାଣ୍ଡବାଇରେ ଅଛି ଏବଂ ଆହୁରି କିଛି ଜାହାଜ ଶୀଘ୍ର ଆସିବା ଆଶା କରାଯାଉଛି । ‘ଜଗ୍ ବସନ୍ତ’ ଭାରତରେ ପହଞ୍ଚିବାରେ ତୃତୀୟ ଏଲପିଜି ଟ୍ୟାଙ୍କର। ଏହାପୂର୍ବରୁ ନନ୍ଦାଦେବୀ ଓ ଶିବାଲିକ୍ ଗୁଜରାଟ ବନ୍ଦରରେ ଏଲପିଜି ନେଇ ପହଞ୍ଚି ଥିଲେ । ଦୁଇଟିଯାକ ଜାହାଜରେ ମୋଟ ୯୨,୦୦୦ ମେଟ୍ରିକ୍ ଟନ୍ ଏଲପିଜି ଭାରତ ପହଞ୍ଚି ଥିଲା । Post navigation ALPA Demands to Halt Flights in High-Risk Zones: ବିବାଦୀୟ ଅଞ୍ଚଳକୁ ବିମାନ ଚଳାଚଳ ବନ୍ଦ କରିବାକୁ ପାଇଲଟ୍ ସଂଘର ଡିଜିସିଏଙ୍କୁ ଅନୁରୋଧ Odisha CHSE 12th Result 2026: ଆଜି ସରିଲା CHSE ପରିଚାଳିତ +2 ବର୍ଗର ସମସ୍ତ ପରୀକ୍ଷା