ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପଶ୍ଚିମ ଦିଗକୁ ଗତି କରି ଦୁର୍ବଳ ହୋଇଛି । ଆଜିଠାରୁ ରାଜ୍ୟରେ ବର୍ଷାର ପରିମାଣ କମିବ ଏବଂ ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ପାଗ କୋହଲା ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ କହିଛି ।

ଆଜି ଦକ୍ଷିଣ ଓଡ଼ିଶାର କିଛି ଜାଗାରେ ହାଲୁକା ବର୍ଷା ସମ୍ଭାବନା ଥିବାବେଳେ ବାକି ଅଞ୍ଚଳ ଶୁଖିଲା ରହିବ । ଅପରାହ୍ନ ୪ଟା ୨୦ ମିନିଟ୍ ପର୍ଯ୍ୟନ୍ତ ଏହି ବର୍ଷା ଜାରି ରହିଛି । ଆଜି ପାଇଁ ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ, କଳାହାଣ୍ଡି, ଯାଜପୁର, କେନ୍ଦ୍ରାପଡ଼ା, ପୁରୀ ଏବଂ ବଲାଙ୍ଗୀରରେ ବର୍ଷା ଜାରି ରହିବ ।

ଅନ୍ୟପକ୍ଷରେ ବର୍ଷା କମିବା ପରେ ପୁଣି ଥିରେ ଶୀତର ପ୍ରକୋପ ବଢ଼ିବାର ପୂର୍ବାନୁମାନ କରାଯାଇଛି । ରାଜ୍ୟରେ ରାତିର ତାପମାତ୍ରା ୨ ରୁ ୪ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ହ୍ରାସ ପାଇବ । ଯାହାର ପ୍ରଭାବରେ ପୁଣି ଥରେ ଥଣ୍ଡା ଅନୂଭୂତ ହେବ ।

Leave a Reply

Your email address will not be published. Required fields are marked *