ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ମାଲାକ୍କା ସମୁଦ୍ର ସନ୍ଧିର ମଧ୍ୟ ଅଂଶରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ସମୁଦ୍ର ପତ୍ତନଠାରୁ ବାୟୁମଣ୍ଡଳରେ ୫.୮ କିମି ଉଚ୍ଚତା ଯାଏଁ ସକ୍ରିୟ । ୨୨ ତାରିଖ ବେଳକୁ ଏହା ଦକ୍ଷିଣପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ ସୃଷ୍ଟି ହେବା ସହ ପଶ୍ଚିମ ଉତ୍ତର ଦିଗରେ ଗତି କରି ତାହା ଅଧିକ ଘନୀଭୂତ ହେବ । ୨୪ ତାରିଖ ବେଳକୁ ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳରେ ଅବପାତ ରୂପ ନେବ । ଦକ୍ଷିଣ ବଙ୍ଗୋପସାଗରର ମଧ୍ୟଭାଗରେ ଏକ ଅବପାତରେ ପରିଣତ ସମ୍ଭାବନା । ପରବର୍ତ୍ତୀ ୪୮ ଘଣ୍ଟାରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଅଗ୍ରସର ହେବ । ତେଣୁ ଆଜି କିମ୍ବା ଆସନ୍ତାକାଲି ସୁଦ୍ଧା ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଅନ୍ୟପଟେ ୨୭ ବେଳକୁ ବାତ୍ୟା ହେବ ବୋଲି ଆଶଙ୍କା କରାଯାଉଛି । ବାତ୍ୟା ହେଲେ ଉତ୍ତର ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ମାଡ଼ ହେବାର ସମ୍ଭାବନା ରହିଛି । ବାତ୍ୟା ପ୍ରଭାବରେ ଓଡ଼ିଶାରେ ବର୍ଷା ହୋଇପାରେ । Post navigation Nitish Kumar Oath Ceremony: ଦଶମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତୀଶ କୁମାର Nuapada MLA: ନୂଆପଡା ବିଧାୟକ ଭାବେ ଶପଥ ନେଲେ ଜୟ ଢ଼ୋଲକିଆ