ବିଜେଡିକୁ ଦୁର୍ବଳ କରିବାକୁ ଯୋଜନା ହୋଇଥିଲା ମିଡ୍ ଡେ’ ଅପରେସନ୍। ପୂର୍ବରୁ ‘ମିଡ୍ ନାଇଟ୍ ଅପରେସନ ଫେଲ୍ ହୋଇଥିଲା, ଏବେ ମିଡ୍ ଡେ’ ଅପରେସନ ବି ଫେଲ୍’ ହୋଇଛି। ବିଜେଡ଼ି ମୁଖପାତ୍ର ଲେନିନ୍ ମହାନ୍ତିଙ୍କ ବୟାନ ଏହି ଚର୍ଚ୍ଚାକୁ ସରଗରମ କରିଦେଇଛି ।  ଦୁଇ ବିଧାୟକ ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡ଼ଙ୍କ ନିଲମ୍ବନ କାର୍ଯ୍ୟାନୁଷ୍ଠାନର ପ୍ରତିକ୍ରିୟା ରଖିଛନ୍ତି ବିଜେଡ଼ି ମୁଖପାତ୍ର ଲେନିନ୍ ମହାନ୍ତି ।

ଦୁଇ ବିଧାୟକଙ୍କୁ ଦଳରୁ କାହିଁକି ନିଲମ୍ବନ କରାଯାଇଥିଲା ଏବଂ କ’ଣ ବିଶ୍ୱାସଘାତକତା କରିଥିଲେ ତାର ପ୍ରତିକ୍ରିୟା ରଖିଛନ୍ତି ଲେନିନ୍ । ମୁଖପାତ୍ର ଲେନିନ୍ ମହାନ୍ତି ଗଣମାଧ୍ୟମ କହିଛନ୍ତି ଯେ ଅନେକ ତଥ୍ୟ ହାତ ଆସିଲା ପରେ ଏବଂ ଦୃଢ଼ ପ୍ରମାଣ ମିଳିବା ପରେ ସଭାପତି ନିଷ୍ପତ୍ତି ନେଇଛନ୍ତି । ବିଜୟ ମହାପାତ୍ର ବରିଷ୍ଠ ନେତା ସେ କେଉଁଠାକୁ ବି ଯାଇପାରିବେ, ସେଟା ତାଙ୍କର ସ୍ୱାଧୀନତା । ଦଳକୁ ଦୁର୍ବଳ କରିବାକୁ କିଛି ଲୋକ ଉଦ୍ୟମ କରୁଥିଲେ । ଏହି ତିନି ଜଣ ନେତା ସେମାନଙ୍କର ନେତୃତ୍ୱ ନେଉଥିଲେ । ସେଥିପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ଲେନିନ୍ ଆହୁରି କହିଛନ୍ତି ଯେ କୋଟି କୋଟି ଲୋକଙ୍କ ମଧ୍ୟରେ ମାତ୍ର ୫୦ ଜଣ ବିଧାୟକ ହେବାକୁ ସୁଯୋଗ ପାଇଛନ୍ତି । ସେଥି ମଧ୍ୟରେ ଅରବିନ୍ଦ ମହାପାତ୍ର ବିଧାୟକ ହୋଇଛନ୍ତି । ତାଙ୍କର ଆଭିମୁଖ୍ୟ ଦଳକୁ ନେଇ ଆଗେଇବା, କେହି ଦଳରୁ ଉର୍ଦ୍ଧ୍ୱରେ ନୁହନ୍ତି । ତାଙ୍କ ବାପା ବଡ଼ ନେତା ହୋଇପାରନ୍ତି କିନ୍ତୁ କାହାର ଅଧିକାର ନାହିଁ ଦଳକୁ ଦୁର୍ବଳ କରିବା । ଧରାପଡ଼ିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା କହିଛନ୍ତି ମୁଖପାତ୍ର ।

ସବୁ ସରଳ ଦେଖାଯାଉଥିବା ମୁହଁ ସରଳ ନୁହେଁ ବୋଲି କଡ଼ା ଶବ୍ଦରେ ଜବାବ ଦେଇଛନ୍ତି । ଆଉ ଏହି ତିନି ନେତା ଦୁର୍ନୀତିରେ ସାମଲି ଥିଲେ । ମିଡ୍ ନାଇଟ୍ ଅପରେସନ୍ ଭଳି ମିଡ୍ ଡେ ଅପରେସନ୍ ମଧ୍ୟ ଫେଲ୍ ହୋଇଛି । ଲୋକ ଏବଂ ନବୀନଙ୍କ ମଧ୍ୟରେ ଏକ ନିଆରା ସଂଯୋଗ ଅଛି । ତେଣୁ କେହି କିଛି କରିପାରିବେ ନାହିଁ ।

Leave a Reply

Your email address will not be published. Required fields are marked *