ମଙ୍ଗଳବାର ଦିନ ଭାଜପା ବିଧାୟକ ଦଳ ବୈଠକର ନିଷ୍ପତ୍ତି ଅନୁସାରେ କଣ୍ଟାବାଞ୍ଜି ବିଧାନସଭା ଆସନରେ ମୁଖ୍ୟମନ୍ତ୍ରୀଙ୍କୁ ହରାଇଥିବା ଲକ୍ଷ୍ମଣ ବାଗଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରିବା ପାଇଁ ସ୍ଥିର ହୋଇଥିଲା । କିନ୍ତୁ ବୁଧବାର ଦିନ ସକାଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବଲାଙ୍ଗୀରରୁ ୩ ଜଣଙ୍କୁ ମନ୍ତ୍ରୀ କରାଯାଇପାରିବ ନାହିଁ ବୋଲି କହି ତାଙ୍କ ନାମକୁ ମନ୍ତ୍ରୀ ତାଲିକାରୁ କାଟି ଦେଇଥିଲେ ।

ଏହାପରେ ତାଙ୍କର ଦୃଢ଼ ସମର୍ଥକ କୁହାଯାଉଥିବା ପାରାଦୀପ ବିଧାୟକ ସମ୍ପଦ ସ୍ୱାଇଁ ଓ ଢେଙ୍କାନାଳ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ରଙ୍କ ନାମକୁ ସାମିଲ କରିଥିଲେ । ଦଳରେ ଅନେକ ଯୋଗ୍ୟ ଓ ବରିଷ୍ଠ ବିଧାୟକଙ୍କୁ ଅଣଦେଖା କରି ବିଧାନସଭାକୁ ପ୍ରଥମ ଥର ନିର୍ବାଚିତ ହୋଇଥିବା ବିଧାୟକଙ୍କୁ କେନ୍ଦ୍ରମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି ।

ଫଳରେ ରାଜ୍ୟ ଜନସଂଖ୍ୟାର ୨୦ ପ୍ରତିଶତ ମତଦାତା ଥିବା ଯାଦବ ସମ୍ପ୍ରଦାୟ ବିରୋଧରେ ଧର୍ମେନ୍ଦ୍ରଙ୍କର ଥିବା ଘୃଣା ମନୋଭାବକୁ ପ୍ରକାଶ କରିଥିବା ଅନେକ ଯାଦବ ନେତା ମତପ୍ରକାଶ କରିଛନ୍ତି । ଆଗାମୀ ଦିନରେ ଧର୍ମେନ୍ଦ୍ରଙ୍କୁ ରାଜ୍ୟରେ ବିରୋଧ କରାଯିବ ବୋଲି ଶପଥ ଗ୍ରହଣ ଉତ୍ସବରେ ଯୋଗଦେଇଥିବା ପଶ୍ଚିମ ଓଡ଼ିଶାର ଯାଦବ ନେତାମାନେ ଚେତାବନୀ ଦେଇଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *