ଭିଜିଲାନ୍ସ ଜାଲରେ ଲାଞ୍ଜିଗଡ଼ ରେଞ୍ଜ ଫରେଷ୍ଟର । ୨୦୨୪-୨୫ରେ ୫୫ ଲକ୍ଷ ଟଙ୍କା ଆତ୍ମସାତ ଅଭିଯୋଗରେ ଲାଞ୍ଜିଗଡ଼ ଫରେଷ୍ଟରଙ୍କୁ ଗିରଫ କଲା ଭିଜିଲାନ୍ସ । ବୃକ୍ଷରୋପଣ ନାଁରେ ନକଲି ମଷ୍ଟର ରୋଲର ଓ ଜବ୍ କାର୍ଡ ଦେଖାଇ ଅର୍ଥ ଆତ୍ମସାତ ଅଭିଯୋଗରେ କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଥୁଆମୂଳ ରାମପୁରର ପୂର୍ବତନ ଫରେଷ୍ଟର ଜୟ କୁମାର ଜୁଆଡ଼ ଗିରଫ ହୋଇଥିବା ଜଣାପଡିଛି। ସେ ବର୍ତ୍ତମାନ ଲାଞ୍ଜିଗଡ଼ ବନ ଅଧିକାରୀଭାବରେ କାର୍ଯ୍ୟରତ ଅଛନ୍ତି । କାମରେ ଚଞ୍ଚକତା ଓ ନକଳି କାଗଜପତ୍ର କରି ଟଙ୍କା ହଡ଼ପ ଅଭିଯୋଗରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ରେଞ୍ଜରେ ଫରେଷ୍ଟର ଜୟକୁମାର ଜୁଆଡଙ୍କୁ ବାନ୍ଧିଲା ଭିଜିଲାନ୍ସ । ସୂଚନା ଯୋଗ୍ୟ; ଲାଞ୍ଜିଗଡ଼ ବନ ଅଧିକାରୀ ଥିବା ଜୟ କୁମାର ଜୁଆଡ଼ ଦକ୍ଷିଣ ବନଖଣ୍ଡ ଥୁଆମୂଳ ରାମପୁର ବନ ଅଧିକାରୀଭାବେ କାର୍ଯ୍ୟ କରୁଥିଲେ । ୨୦୨୪-୨୫ ବର୍ଷ ମଧ୍ୟରେ କାମ୍ପା ଏବଂ ସିଏ/ସିପିଏ ଯୋଜନା ପାଣ୍ଠିକୁ ଆସିଥିବା ଟଙ୍କାକୁ ଆତ୍ମସାତ କରିଥିବା ଅଭିଯୋଗ ହୋଇଛି । ସେହି ସମୟରେ ୫୫,୦୪,୬୦୭ ଟଙ୍କା ସରକାରୀ ଅର୍ଥ ଆତ୍ମସାତ ହୋଇଥିବା ଅଭିଯୋଗ ହୋଇଛି । ଦକ୍ଷିଣ ବନଖଣ୍ଡ ଥୁଆମୁଲ ରେଞ୍ଜର ପୋଖରିଗୁଡ଼ା ନଣ୍ଡା ପାହାଡ଼ରେ ୫୦ ହେକ୍ଟର, ଉପରଝାପିରେ ୫୦ ହେକ୍ଟର ଏବଂ କୁମଜୋରରେ ୩୦ ହେକ୍ଟର ଜମିରେ ବୃକ୍ଷ ରୋପଣ ସ୍ଥଳରେ ମୃର୍ତ୍ତିକା ଏବଂ ଆର୍ଦ୍ରତା ସଂରକ୍ଷଣ କାର୍ଯ୍ୟରେ ମିଥ୍ୟା ମଷ୍ଟର ରୋଲ୍ ପ୍ରସ୍ତୁତ କରି ବିପୁଳ ସରକାରୀ ପାଣ୍ଠିର ଅପବ୍ୟବହାର କରିଥିବା ଜଣାପଡ଼ିଛି । ତେବେ ବର୍ତ୍ତମାନ ସେ ବିଶ୍ଵନାଥପୁର ରେଞ୍ଜର ମୂଷାନାଲ ସେକ୍ସନ ଏଲିଫ୍ୟାଣ୍ଟ ସ୍କ୍ୱାର୍ଡ ଦାୟିତ୍ୱରେ ଥିବା ବେଳେ ଆଜି ତାଙ୍କୁ ସେକ୍ସନ ଅଫିସରୁ ଭିଜିଲାନ୍ସ ଉଠାଇ ଆଣିଛି । Post navigation Puri Accident: ପୁରୀ ବଳଗଣ୍ଡି ଛକରେ ଗାଡି ଧକ୍କାରେ ନାବାଳକର ମୃତ୍ୟୁ ଘଟଣା; ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ Share Trading Scam: ସେୟାର୍ ଟେଡ୍ରିଂ ନାଁରେ ୪୦ କୋଟି ଠକେଇ ଅଭିଯୋଗ; ଜଣେ ଗିରଫ