ପୁରୀ ଗସ୍ତରେ ଯାଇ, ପୁରୀ ରେଳ ଷ୍ଟେସନ ପୁନଃନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସମୀକ୍ଷା କରି ଅବଶିଷ୍ଟ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ପୁରୀରୁ କୋଣାର୍କ ମଧ୍ୟରେ ନୂତନ ରେଳପଥ ସଂଯୋଗ ପାଇଁ ଜମି ଅଧିଗ୍ରହଣ ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି । ଅମୃତ ଷ୍ଟେସନ ଯୋଜନା ଅଧୀନରେ ୧୭୭ କୋଟି ୪୧ ଲକ୍ଷ ଟଙ୍କା ବ୍ୟୟରେ ପୁରୀ ରେଳ ଷ୍ଟେସନକୁ ବିଶ୍ୱସ୍ତରୀୟ କରିବାପାଇଁ ଯୋଜନା ରହିଛି ଯେଉଁଠାରେ ରେଳ ଯାତ୍ରୀଙ୍କୁ ବିଶ୍ୱସ୍ତରୀୟ ସେବା ଯୋଗାଇ ଦିଆଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ବିରାସତ ଭି – ବିକାଶ ଭି’ ଚିନ୍ତାଧାରାକୁ ନେଇ ପୁରୀ ରେଳ ଷ୍ଟେସନର ବିକାଶ କରାଯାଉଥିବା ରେଳମନ୍ତ୍ରୀ କହିଛନ୍ତି । Post navigation ଓଡ଼ିଶାରେ ଲାଗୁ ହେଲା ଆୟୁଷ୍ମାନ ଭାରତ ଯୋଜନା ଏପ୍ରିଲ ତୃତୀୟ ସପ୍ତାହ ଭିତରେ ସରିବ ବିଜେଡି ସାଂଗଠନିକ ନିର୍ବାଚନ: ଦେବୀ ମିଶ୍ର