ବନ୍ଧୁକ ମୁନରେ ବ୍ୟାଙ୍କ ଲୁଟ୍‌ । ବାରିପଦା କୁଳିଅଣା ଥାନା କୁଚେଇ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ସଶସ୍ତ୍ର ଡକାୟତି । ୨ଟି ବାଇକରେ ୫ ଦୁର୍ବୃତ୍ତ ଆସି ବନ୍ଧୁକ ଦେଖାଇ ଲୁଟିନେଲେ ଲକ୍ଷାଧିକ ଟଙ୍କା । ତେବେ କେତେ ଟଙ୍କା ଲୁଟ୍ ହୋଇଛି ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ସୂଚନାଯୋଗ୍ୟ, ଆଜି ଦିନ ପ୍ରାୟ ୨ଟା ସମୟରେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ କୁଚେଇ ଶାଖାରେ ହଠାତ୍ ୨ଟି ବାଇକରେ ୫ ଦୁର୍ବୃତ୍ତ ପଶିଥିଲେ । ବ୍ୟାଙ୍କ୍‌ରେ ପଶି କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କା କ୍ୟାସ୍ କାଉଣ୍ଟରରୁ ଟଙ୍କା ଲୁଟି ନେଇଥିଲେ ଦୁର୍ବୃତ୍ତ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଦୁର୍ବୃତ୍ତ ମାନେ କେତେ ଟଙ୍କା ଲୁଟ୍ କରିଛନ୍ତି ତାହା ଜଣାପଡ଼ିନାହିଁ ।

 

 

Leave a Reply

Your email address will not be published. Required fields are marked *