ଆସନ୍ତାକାଲି ପବିତ୍ର ମାଘ ସପ୍ତମୀ । ଏହି ଦିନରେ ଚନ୍ଦ୍ରଭାଗାରେ ପବିତ୍ର ମାଘ ସପ୍ତମୀ ବୁଡ଼ ପକାଇବେ ଶ୍ରଦ୍ଧାଳୁ। ଏଥିପାଇଁ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରଣୀରେ ବିଭିନ୍ନ ସ୍ଥାନରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବାରେ ଲାଗିଛି। ଗତକାଲି ଭୋର ୪ଟା ୩୭ରେ ପବିତ୍ର ଚନ୍ଦ୍ରଭାଗାରେ ବୁଡ ଅନୁଷ୍ଠିତ ହେବାକୁ ଥିବା ସୂଚନା ମିଳିଥିବା ବେଳେ । ପୋଲିସ ପକ୍ଷରୁ ସ୍ବତନ୍ତ୍ର ଟ୍ରାଫିକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ବୁଡ଼ ସ୍ଥାନ ଓ ସମୁଦ୍ର କୂଳରେ ଲାଇଫ ଗାର୍ଡ ମୁତୟନ ରହିବେ ବୋଲି ଜଣା ପଡିଛି । ତେବେ ରାତି ପାହିଲେ ମାଘ ସପ୍ତମୀ ବୁଡ଼ ରହିଥିବାରୁ ସମସ୍ତ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଖୁବ ଉତ୍ସାହ ଦେଖିବାକୁ ମିଳିଛି। ଶ୍ରଦ୍ଧାଳୁଙ୍କ ଆଗମନକୁ ନେଇ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ମେଳା ପଡ଼ିଆରେ ସଫେଇ, ପାଚେରି ରଙ୍ଗ, ବ୍ୟାରିକେଡ୍ ଓ ଦୁଇଟି ୱାଚ ଟାୱାର ନିର୍ମାଣ ଆଦି ଶେଷ ହୋଇଛି। ସୁରକ୍ଷା ପାଇଁ ମୁତୟନ ହୋଇଛନ୍ତି ୩୩ ପ୍ଲାଟୁନ ପୋଲିସ ଫୋର୍ସ। ଗତକାଲି ପୁରୀ ପଟୁ ଆସୁଥିବା ବସ୍ ଗୁଡିକ ପାଇଁ ରାମଚଣ୍ଡି ଥାନା ନିକଟରେ ପାର୍କିଂ କରିବେ । କାକଟପୁର ଓ ନିମାପଡ଼ା ପଟୁ ଆସୁଥିବା ବସଗୁଡିକ ପାଇଁ କୋଣାର୍କ ହେଲିପ୍ୟାଡ୍ ନିକଟରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ପୁରୀ ପଟୁ ଆସୁଥିବା ୪ ଚକିଆ ଗାଡ଼ି ରାମଚଣ୍ଡି ଥାନା ନିକଟରେ ଓ କାକଟପୁର ଓ ନିମାପଡ଼ା ପଟୁ ଆସୁଥିଲେ କୋଣାର୍କ ହେଲିପ୍ୟାଡ୍ ନିକଟରେ ରହିବେ । Post navigation ଠେଙ୍ଗା ବାହିନୀ ଗଢ଼ିଲେ ବିଧାୟକ ବାବୁ ସିଂ ଓଡ଼ିଶା ଆପାର୍ଟମେଣ୍ଟ ଆଇନ-୨୦୨୩ ଲାଗୁ ପାଇଁ ନିର୍ଦ୍ଦେଶ