ଭୁବନେଶ୍ୱର ପୁରୀ ୩୧୬ ନମ୍ବର ଜାତୀୟ ରାଜପଥ ମଙ୍ଗଳପୁର ନିକଟ ଜମାଲପୁର ଛକ ଠାରେ ମାର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭୁବନେଶ୍ୱରରୁ ପୁରୀ ଯାଉଥିବା ଏକ ଲାଲ ରଙ୍ଗର ସ୍କୁଟିକୁ ପଛପଟୁ ଧକ୍କା ଦେଲା ସାରଳା ବସ । ଘଟଣା ସ୍ଥଳରେ ସ୍କୁଟିରେ ଯାଉଥିବା ଦୁଇ ଜଣ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ସାମ୍ବାଦିକା ଶିଲା ପଟ୍ଟନାୟକ ଏକ ଘରୋଇ ଚ୍ୟାନେଲ୍‌ରେ କାର୍ଯ୍ୟ କରୁଥିଲେ । ରାସ୍ତା ଉପରେ ବାଲି ପଡ଼ିଥିଲା, ଚକା ସ୍ଲିପ୍‌ କରିବାରୁ ଦୁର୍ଘଟଣା ହୋଇଛି। ପିପିଲି ପୋଲିସ ଦୁର୍ଘଟଣାରେ ଜଡିତ ଉଭୟ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନା ଯୋଗ୍ୟ; ପୁରୀ-ଭୁବନେଶ୍ବର ମଙ୍ଗଳପୁର ଛକ ନିକଟରେ ସାରଳା ନାମକ ଏକ ଘରୋଇ ବସ୍ ଧକ୍କାରେ ଏକ ଘରୋଇ କାର୍ଯ୍ୟରତ ସାମ୍ବାଦିକ ଶିଲା ପଟ୍ଟନାୟକଙ୍କର ମୃତ୍ୟୁ ହୋଇଯାଇଛି । ତାଙ୍କ ସହିତ ଥିବା ଆଉ ଜଣେ ସଂପର୍କୀୟଙ୍କର ବି ମୃତ୍ୟୁ ହୋଇଯାଇଛି । ଏପରି ଦୁଃଖଦ ଖବର ପାଇ ନ୍ୟୁଜ ସେଭେନ୍‌ କାର୍ଯ୍ୟାଳୟରେ ଖେଳିଯାଇଛି ଶୋକର ଛାୟା।

ଦୁଇ ଜଣ ମହିଳା । ଏକ ସ୍କୁଟର ଯୋଗେ ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଯାଉଥିଲେ । ଦୁର୍ଘଟଣା ଘଟିବା ସମୟରେ ମହିଳାମାନେ ଭୁବନେଶ୍ୱରରୁ ପୁରୀକୁ ଏକ ସ୍କୁଟିରେ ଯାତ୍ରା କରୁଥିଲେ। ରାସ୍ତାରେ ଥିବା ବାଲି ଗଦାରେ ସ୍କୁଟିଟି ଖସିପଡ଼ିଥିଲା ​​ଏବଂ ପଛ ପାର୍ଶ୍ୱରୁ ଯାଉଥିବା ଏକ ବସ୍ ପଛ ପାର୍ଶ୍ୱରୁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଗୁରୁତର ଥିଲା ଯେ ଧକ୍କା ପରେ ସ୍କୁଟରଟିକୁ ପ୍ରାୟ ୨୦ ମିଟର ଘୋଷାଡ଼ି ନେଇଥିଲା । ଯାହାଫଳରେ ସ୍କୁଟରରେ ଥିବା ମହିଳାଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିଲେ । ପରେ ତୁରନ୍ତ ଗୁରୁତର ମହିଳାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏହା ପୂର୍ବରୁ ମହିଳାଙ୍କର ମୃତ୍ୟୁ ହୋଇସାରିଥିଲା ।

Leave a Reply

Your email address will not be published. Required fields are marked *