କୋରାପୁଟ କୋଟିଆକୁ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ମୁଖ୍ୟମନ୍ତ୍ରୀ ବସ୍‌ ସେବା। ଏ ନେଇ ଆଜି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ସେ କହିଛନ୍ତି କୋଟିଆ ଓଡ଼ିଶାର ଏକ ଅବିଚ୍ଛେଦ ଅଙ୍ଗ । ଯିଏ ଯେତେ ଦାବି କଲେ ବି କୋଟିଆ ଓଡ଼ିଶାର ହିଁ ରହିବ । କୋଟିଆର ସମନ୍ୱିତ ବିକାଶ ସରକାରଙ୍କ ଲକ୍ଷ୍ୟ। କିନ୍ତୁ କୋଟିଆ ଉପରେ ଆନ୍ଧ୍ର ପକାଇଛି । ତାକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର କାମ କରୁଛନ୍ତି ।

ମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି କୋଟିଆରେ ଖଣି ଖାଦାନ ଭରି ରହିଛି । ସେଠାରେ ଗୋଟିଏ ପାହାଡ଼କୁ ସୁନା ପାହାଡ଼ କୁହାଯାଏ । ତେଣୁ ଖଣି ଖାଦାନର ସଦୁପଯୋଗ ପାଇଁ ଖଣି ବିଭାଗ ପଦକ୍ଷେପ ନେଉଛି ।

Leave a Reply

Your email address will not be published. Required fields are marked *