ଜାତୀୟସ୍ତରରେ ଓଡ଼ିଶାକୁ ମିଳିଲା ସମ୍ମାନ। ଓଡ଼ିଶାକୁ ମିଳିଛି ‘ଜାତୀୟ ପଞ୍ଚାୟତ ପୁରସ୍କାର-୨୦୨୪। ଜାତୀୟସ୍ତରରେ ଶ୍ରେଷ୍ଠ ଜିଲ୍ଲା ପଞ୍ଚାୟତ ଭାବେ କୋରାପୁଟ ପୁରସ୍କୃତ ହୋଇଛି। ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ଶତତ ବିକାଶ ବର୍ଗରେ କୋରାପୁଟ ଦ୍ବିତୀୟ ଶ୍ରେଷ୍ଠ ଜିଲ୍ଲା ପଞ୍ଚାୟତ ଭାବେ ପୁରସ୍କୃତ ହୋଇଛି। ବୁଧବାର ଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। କୋରାପୁଟ ଜିଲା ପରିଷଦ ସଭାପତି ସସ୍ମିତା ମେଲେକା, ଜିଲାପାଳ ଭି.କୀର୍ତ୍ତି ଭାସନ ପୁରସ୍କାର ଗ୍ରହଣ କରିଥିଲେ। ଏହି ଅବସରରେ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦେବାଶିଷ ପଟ୍ଟନାୟକ ଉପସ୍ଥିତ ଥିଲେ। ଏହି ବାବଦରେ କୋରାପୁଟ ଜିଲ୍ଲା ୩ କୋଟି ଟଙ୍କାର ପୁରସ୍କାର ରାଶି ପାଇଛି। ସେହିପରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀଠାରେ ବିଭିନ୍ନ ବର୍ଗରେ ମନୋନୀତ ୪୫ ଜଣ ପୁରସ୍କାର ବିଜେତାଙ୍କୁ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରିଥିବାବେଳେ ସାତଗୋଟି ବିଭାଗରେ ଓଡ଼ିଶା ପୁରସ୍କୃତ ହୋଇଛି। ସେ ସବୁ ବିଭାଗ ହେଲା ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ୍ କେଳୁଆପଲ୍ଲିକୁ ସୁସ୍ଥ ପଞ୍ଚାୟତ ଭାବେ ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର । ସେହିପରି ଆତ୍ମନିର୍ଭରଶୀଳ ଭିତ୍ତିଭୂମି ନିର୍ମାଣ ପାଇଁ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁର ସାହାପୁର ପଞ୍ଚାୟତକୁ ପୁରସ୍କୃତ କରାଯାଇଛି। ଏହି ଜିଲ୍ଲାର ଛତ୍ରପୁରକୁ ଶ୍ରେଷ୍ଠ ବ୍ଲକ୍ ପଞ୍ଚାୟତ ରୂପେ ନାନାଜି ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର କରାଯାଇଥିବା ବେଳେ କୋରାପୁଟକୁ ଶ୍ରେଷ୍ଠ ଜିଲ୍ଲା ପଞ୍ଚାୟତ ରୂପେ ଏହି ବର୍ଗରେ ପୁରସ୍କୃତ କରାଯାଇଛି । ସେହିପରି ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ା ବ୍ଲକ କାସିରା ପଞ୍ଚାୟତକୁ ଗ୍ରାମ ଉର୍ଜା ସ୍ୱରାଜ ବିଶେଷ ପଞ୍ଚାୟତ। ଏହି ଜିଲ୍ଲାର ବଣାଇଗଡ଼ ବ୍ଲକ କେନ୍ଦ୍ରିକେଲା ପଞ୍ଚାୟତକୁ ଅଙ୍ଗାରକାମ୍ଳ ମୁକ୍ତ ବିଶେଷ ପଞ୍ଚାୟତ ଭାବେ ପୁରସ୍କାର କରାଯାଇଛି। Post navigation ଟାଟା ମୋଟର୍ସ ସମ୍ପର୍କିତ ମାମଲାରେ ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳିଲା ଆଶ୍ବସ୍ତି ଜେଲରୁ ବାହାରିଲେ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ