ଦୁବାଇରେ ଅନୁଷ୍ଠିତ ଚାମ୍ପିଅନ୍ସ ଟ୍ରଫିର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ପାରମ୍ପରିକ ପ୍ରତିଦ୍ବନ୍ଦୀ ପାକିସ୍ତାନକୁ ୬ ଉଇକେଟରେ ପରାସ୍ତ କରି ବିଜୟ ପତାକା ଉଡାଇଛି ଭାରତୀୟ ଟିମ୍ ।

ବିରାଟ କୋହଲି ୫୧ତମ ଦିନିକିଆ ଶତକ (୧୦୦*) ହାସଲ କରିବା ସହ ଦ୍ରୁତତମ ୧୪ ହଜାର ରନ୍‌ ସ୍କୋର କରିବାରେ ବିଶ୍ୱର ପ୍ରଥମ ଖେଳାଳି ହୋଇଛନ୍ତି ।  ୨୯୯ତମ ଦିନିକିଆ ମ୍ୟାଚ୍‌ର ୨୮୭ତମ ଇନିଂସରେ କୋହଲି ଏହି ସଫଳତା ହାସଲ କରିଛନ୍ତି । ପୂର୍ବରୁ ଏହି ରେକର୍ଡ ସଚିନ୍‌ ତେନ୍ଦୁଲକରଙ୍କ ନାମରେ ଥିଲା ।

ପାକିସ୍ତାନ ୪୯.୪ ଓଭରରେ ୨୪୧ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଥିଲା । ପାକିସ୍ତାନ ପକ୍ଷରୁ ସୌଦ ସକିଲ୍ ୬୨ ରନ୍ କରିଥିବାବେଳେ ମହମ୍ମଦ ରିଜୱାନ ୪୬ ରନ୍ କରିଥିଲେ। ଭାରତ ପକ୍ଷରୁ କୁଲଦୀପ ଯାଦବ ୩ ୱିକେଟ ନେଇଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଅକ୍ଷର ପଟେଲ ୨ଟି ଲେଖାଏଁ ୱିକେଟ ନେଇଥିଲେ।

୨୪୨ ରନ୍ ଲକ୍ଷ୍ୟର ପିଛା କରି ଭାରତ ୪୨.୩ ଓଭରରେ ୪ ୱିକେଟ ହରାଇ ୨୪୪ ରନ୍ କରିଥିଲା। ବିରାଟ କୋହଲି ୧୦୦ ରନ କରି ଅପରାଜିତ ଥିବା ବେଳେ ଶୁବମନ ଗିଲ୍ ୪୬ ରନ୍ ଓ ଶ୍ରେୟଶ ଆୟର ୫୬ ରନ୍ କରିଥିଲେ ।

ବିରାଟ କୋହଲିଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ମିଳିଥିଲା ।

By Nirvay

Leave a Reply

Your email address will not be published. Required fields are marked *