କିଟ୍ ବିଶ୍ଵବିଦ୍ୟାଳୟରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ମାମଲାର ଉଚ୍ଚସ୍ତରୀୟ କମିଟି ତଦନ୍ତ ଜାରି ରଖିଥିବା ବେଳେ ଆଉ ୩ ଜଣଙ୍କୁ ନୋଟିସ୍ ଜାରି ହୋଇଛି । ଆଜି ପଚରାଉଚୁରା ପାଇଁ ଆଉ ୩ ଜଣ ବରିଷ୍ଠ ଅଧିକାରୀ ଓ କିଟ୍‌ର ୩ ଜଣ ଛାତ୍ରଙ୍କୁ ପଚରାଉଚରା ପାଇଁ ରାଜ୍ୟ ଅତିଥି ଭବନରେ ଉଚ୍ଚ ସ୍ତରୀୟ କମିଟି ନିକଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।କିଟ୍‌ର ଡିରେକ୍ଟର, ଅଫ ଷ୍ଟୁଡେଣ୍ଟ ଆଫେୟାର୍ସ, ଡିଜି ଇଣ୍ଟରନ୍ୟାସନାଲ ରିଲେସନ୍ସ, ଡିରେକ୍ଟର ଆଡମିନିଷ୍ଟ୍ରେଟିଭ୍‌ଙ୍କୁ ହାଜର ହେବାକୁ ନୋଟିସ୍ ହୋଇଥିବା ଜଣାପଡିଛି।

ଅନ୍ୟପଟେ କିଟ୍‌ ମାମଲାକୁ ନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ । ମାମଲାରେ ମୋଟ ୧୦ ଜଣଙ୍କୁ ଗିରଫ କରାଯାଇଛି । ଅସଦାଚରଣ କରିଥିବା କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି । କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ସହ ୧୩ ଜଣ କର୍ତ୍ତୃପକ୍ଷଙ୍କୁ ଉଚ୍ଚସ୍ତରୀୟ କମିଟି ପଚରାଉଚରା କରିଛି ।

ପୂର୍ବରୁ କିଟ୍‌ର ୮ଜଣ କର୍ତ୍ତୃପକ୍ଷ ତଥା କିଟ୍‌ର ପ୍ରତିଷ୍ଠାତା, କୁଳପତି, ପ୍ରୋ-କୁଳପତି, କୁଳସଚିବ, ନିର୍ଦ୍ଦେଶକ, ଯୁଗ୍ମ ନିର୍ଦ୍ଦେଶକ, ୨ ଆସୋସିଏଟ୍ ପ୍ରଫେସରଙ୍କୁ ପଚରାଉଚରା କରିବା ପାଇଁ ରାଜ୍ୟ ଅତିଥି ଗୃହରେ ଉଚ୍ଚ ସ୍ତରୀୟ କମିଟି ନିକଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା ଏବଂ ସେମାନେ କମିଟି ନିକଟରେ ହଜାର ହୋଇଥିଲେ।

Leave a Reply

Your email address will not be published. Required fields are marked *