ଭୁବନେଶ୍ୱର କିଟ୍ କଲେଜରେ ଛାତ୍ରୀ ମୃତ୍ୟୁ ମାମଲାରେ ଦୁଃଖ ପ୍ରକାଶ କରିବା ସହ ସଫେଇ ରଖିଛନ୍ତି କିଟ୍ କର୍ତ୍ତୃପକ୍ଷ। ଏହି ଘଟଣା ଦୁଃଭାର୍ଗଜନକ କହିବା ସହ ତଦନ୍ତ ପରେ ୨ ଜଣ ସିକ୍ୟୁରିଟି ଗାର୍ଡଙ୍କୁ ତୁରନ୍ତ ବହିଷ୍କାର କରାଯାଇଛି । ଏଥିସହ ହଷ୍ଟେଲ ଦାୟିତ୍ୱରେ ଥିବା ୨ ଅଧିକାରୀଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି । ସେହିପରି କ୍ୟାମ୍ପସରୁ ଜୋର ଜବରଦସ୍ତି ବିଦା କରାଯାଇଥିବା ପିଲାଙ୍କୁ ତୁରନ୍ତ ହଷ୍ଟେଲ ଫେରିବାକୁ ମଧ୍ୟ ଅପିଲ କରାଯାଇଛି । ତେବେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସକୁ ଫେରିଥିବା ନେପାଳୀ ଛାତ୍ରଛାତ୍ରୀଙ୍କୁ ଏକ ଅଣ୍ଡରଟେକିଂ ଲେଖି ହଷ୍ଟେଲରେ ରହିବାକୁ ଅନୁମତି ଦିଆଯାଇଛି । ବିଶ୍ୱବିଦ୍ୟାଳୟର ସମସ୍ତ ନିୟମ ମାନିବେ ଏବଂ ବିଶୃଙ୍ଖଳା ଆଚରଣ କରିବେ ନାହିଁ ବୋଲି ଛାତ୍ରଛାତ୍ରୀମାନେ ଅଣ୍ଡରଟେକିଂ ଲେଖିଥିବା ଛାତ୍ରଛାତ୍ରୀମାନେ ପ୍ରକାଶ କରିଛନ୍ତି। Post navigation ରାଜ୍ୟରେ ୨୩୮୦ ଗାଁକୁ ନାହିଁ ଏବେବି ଗମନାଗମନର ସୁବିଧା କଂଗ୍ରେସର ସଂକଳ୍ପ ପଦଯାତ୍ରା ସମୟରେ ଭକ୍ତ ଦାସ ଆହତ