ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ କେନ୍ଦୁଝର ଜେଲ୍‌ ଅଧୀକ୍ଷକ ସତ୍ୟପ୍ରକାଶ ସ୍ବାଇଁ । ଗତକାଲି ଭିଜିଲାନ୍ସ ସତ୍ୟପ୍ରକାଶଙ୍କ କେନ୍ଦୁଝର ସରକାରୀ ବାସଭବନ ସମେତ ରାଜ୍ୟର ୭ଟି ସ୍ଥାନରେ ଚଢ଼ଉ କରି ତାଙ୍କର ବିପୁଳ ସଂପତ୍ତି ଠାବ କରିଛି। କେନ୍ଦୁଝରରେ ଥିବା ଅଫିସ ସହ ସରକାରୀ ବାସଭବନ, ଲକ୍ଷ୍ମୀସାଗରରେ ଥିବା ବାସଭବନ, ଶ୍ୱଶୁର ଘର, ଖଣ୍ଡଗିରି ସିଦ୍ଧିବିହାର ବାସଭବନ, ଝାରପଡା ଜେଲ ପୁରୁଣା କ୍ୱାର୍ଟର୍ସ, ଭଦ୍ରକରେ ଥିବା ପୈତୃକ ଘରେ ଚଢ଼ାଉ ବେଳେ ଘର ଓ ପ୍ଲଟ ଦେଖି କାବା ହୋଇଛି ଭିଜିଲାନ୍ସ।

ଠାବ ହୋଇଥିବା ସଂପତ୍ତି ମଧ୍ୟରେ ୧.୫ କୋଟିର ଗୋଟିଏ ୪ତାଲା କୋଠା, ୪ଟି ଦାମୀ ପ୍ଲଟ୍, ୧୪ ଲକ୍ଷ ଟଙ୍କାର ଆସବାବପତ୍ର, ୨୦ ଲକ୍ଷ ଟଙ୍କା ମୂଲ୍ୟର ୮ଟି ଘଣ୍ଟା, ୧୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ରହିଛି।  ଚଢ଼ଉରେ ସାମିଲ ଭିଜିଲାନ୍ସର ୭ଜଣିଆ ଟିମ୍‌‌ରେ ୧୨ଜଣ ଡିଏସ୍‌‌ପି, ୧୧ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀ ସାମିଲ ଥିଲେ।

Leave a Reply

Your email address will not be published. Required fields are marked *