‘ଜରି’ ମାଉସୀ ତଥା କମଳା ମହାରଣାଙ୍କ ଦେହାନ୍ତ । ମନ କୀ ବାତ୍ରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଶଂସା କରିଥିବା କେନ୍ଦ୍ରାପଡାର ଜରି ମାଉସୀ କମଳା ମହାରଣାଙ୍କ ଦେହାନ୍ତ ହୋଇଛି। ଅଦରକାରୀ ଜରିକୁ ସଂଗ୍ରହ କରି ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରୁଥିଲେ ଜରି ମାଉସୀ । କଟକରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା । ଗତ ଏପ୍ରିଲ ୨୮ ତାରିଖରେ ଅସାବଧାନତା ହେତୁ ଘରେ ପଡିଯିବା ପରେ କମଳାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ପରିବାର ଲୋକେ କଟକର ଏକ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ସୂଚନା ଯୋଗ୍ୟ; ବ୍ୟବହୃତ ପଲିଥିନିରୁ ଘରକରଣା ସାମଗ୍ରୀ ତିଆରି କରି ଚର୍ଚ୍ଚାରେ ଥିଲେ କମଳା ମହାରଣା । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କମଳାଙ୍କୁ ମନ କୀ ବାତ୍ କାର୍ଯ୍ୟକ୍ରମରେ ମଧ୍ୟ ପ୍ରଶଂସା କରିଥିଲେ । କେବଳ ସେତିକି ନୁହଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ରାପଡ଼ା ଆସିଥିବା ବେଳେ କମଳାଙ୍କ ପାଦ ଛୁଇଁ ପ୍ରଣାମ କରିଥିଲେ । Post navigation ରାଜ୍ୟରେ ପ୍ରଥମ କୋଭିଡ୍ ଆକ୍ରାନ୍ତଙ୍କ ମୃତ୍ୟୁ! ପୁଣି ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ୍; ଭିଡିଓ ଭାଇରାଲ୍