ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ଅରବିନ୍ଦ କେଜ୍ରିୱାଲ୍। ୨ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ବୋଲି କହିଛନ୍ତି। ୬ ମାସ ପରେ ଜେଲରୁ ବାହାରିବା ପରେ ଦିଲ୍ଲୀର ଏକ ସାଧାରଣ ସଭାରେ କେଜ୍ରିୱାଲ ଏଭଳି ଘୋଷଣା କରିଛନ୍ତି। ସେ ଅଗ୍ନି ପରୀକ୍ଷା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି କହିଲେ। ସେ କହିଛନ୍ତି, ମୁଁ ଓ ସିସୋଦିଆ ଜନତାଙ୍କ ପାଖକୁ ଯିବୁ, ସେମାନେ ଯାହା ନିଷ୍ପତ୍ତି ନେବେ’। ଜନତା ନିଷ୍ପତ୍ତି ନଜଣାଇବା ଯାଏଁ ମୁଖ୍ୟମନ୍ତ୍ରୀ ପଦରେ ରହିବେନି’ ବୋଲି କହିଛନ୍ତି। ମନୀଷ ସିସୋଦିଆ ମଧ୍ୟ ମୁଖ୍ୟମନ୍ତ୍ରୀ ହେବେନି ବୋଲି କେଜ୍ରିୱାଲ କହିଛନ୍ତି। ନିର୍ବାଚନ ପର୍ଯ୍ୟନ୍ତ ଆପ୍‌ର ଅନ୍ୟ କୌଣସି ନେତା ମୁଖ୍ୟମନ୍ତ୍ରୀ ରହିବେ।

Leave a Reply

Your email address will not be published. Required fields are marked *