ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ବାର ଆସୋସିଏସନର ନୂତନ ଅଧ୍ୟକ୍ଷ ହେଲେ କପିଲ ସିବଲ । ସୁପ୍ରିମକୋର୍ଟ ବାର ଆସୋସିଏସନ ଅଧ୍ୟକ୍ଷ ନିର୍ବାଚନରେ ବରିଷ୍ଠ ଓକିଲ କପିଲ ସିବଲ ବିଜୟ ହୋଇଛନ୍ତି । ନିର୍ବାଚନରେ ୧୦୬୬ ଭୋଟ ପାଇଁ ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ, ବରିଷ୍ଠ ଓକିଲ ପ୍ରଦୀପ ରାୟଙ୍କୁ ପରାସ୍ତ କରିଥିଲେ । ପ୍ରଦୀପ ରାୟ ୬୮୯ ଖଣ୍ଡ ଭୋଟ ପାଇଥିଲେ । ଚତୁର୍ଥ ଥର ପାଇଁ ସିବଲ ଏସସିବିଏର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ। ମେ ୮ ତାରିଖରେ ସୁପ୍ରିମକୋର୍ଟ ବାର ଆସୋସିଏସନ (ଏସସିବିଏ) ଅଧ୍ୟକ୍ଷ ପଦ ପାଇଁ ପ୍ରାର୍ଥୀ ଘୋଷଣା ହୋଇଥିଲେ ସିବଲ। ଗତ ମଙ୍ଗଳବାର ସୁପ୍ରିମକୋର୍ଟ ବାର ଆସୋସିଏସନର ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।

ଏହା ପୂର୍ବରୁ ମଧ୍ୟ ଦୁଇଥର କପିଲ ସିବଲ ଏହି ପଦରେ ରହିଥିଲେ । ୧୯୯୫–୧୯୯୬, ୧୯୯୭ –୧୯୯୮ ପର୍ଯ୍ୟନ୍ତ ସେ ସୁପ୍ରିମକୋର୍ଟ ବାର ଆସୋସିଏସନ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ନିର୍ବାଚନ ହେବା ପୂର୍ବରୁ କପିଲ ସିବଲ କହିଥିଲେ ଯେ, ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ସେଠାରେ ଆଇନଜୀବୀ ମାନେ ଅଛନ୍ତି । ଓକିଲଙ୍କ ଉଦ୍ଦେଶ୍ୟ ହେଉଛି ସମ୍ବାଧାନର ସୁରକ୍ଷା । ଯଦି ଆପଣ ରଜାନୀତି କରନ୍ତି ତେବେ ପ୍ରକୃତରେ ଜଣେ ଆଇନଜୀବୀ ହିସାବରେ ଆପଣ କର୍ତ୍ତବ୍ୟ ପାଳନ କରୁନାହାନ୍ତି । ଶେଷ ଥର ପାଇଁ କପିଲ ସିବଲ ୨୦୦୧ – ୦୨ ମସିହାରେ ଏସସିବିଏର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ ।

 

By SonaliP

Leave a Reply

Your email address will not be published. Required fields are marked *