କୋରାପୁଟ ଜିଲ୍ଲା ଜୟପୁର ବ୍ଲକ୍ ପାତ୍ରପୁଟ ଗାଁରେ ଅନ୍ଧାରରେ ଅଛି ପଦ୍ମଶ୍ରୀ କମଳା ପୂଜାରୀଙ୍କ ଘର । ଦିନେ କି ଦୁଇଦିନ ନୁହେଁ ପ୍ରାୟ ସପ୍ତାହେ ଧରି ଅନ୍ଧାରରେ ଅଛନ୍ତି କମଳା ପୂଜାରୀଙ୍କ ପରିବାର । ଟଙ୍କା ନ ବାନ୍ଧିବାରୁ TPSODL କର୍ମଚାରୀ ବିଜୁଳି ସଂଯୋଗ କାଟି ଦେଇଥିବାରୁ ସାମାଜିକ ଗଣମାଧ୍ୟମରେ ଭିଡିଓ ବାର୍ତ୍ତା ଜରିଆରେ ବିଜୁଳୀ ସଂଯୋଗ ପାଇଁ କମଳା ପୂଜାରୀଙ୍କ ପୁଅ ନିବେଦନ କରିଛନ୍ତି । କୃଷି ପ୍ରତି କମଳା ପୂଜାରୀଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ‘ପଦ୍ମଶ୍ରୀ’ ପୁରସ୍କାରରେ ସମ୍ମାନିତ କରିଥିଲେ । ଲୁପ୍ତପ୍ରାୟ ଦେଶୀ ଧାନ କିସମର ସଂରକ୍ଷଣ ହେଉ, କି ଜୈବିକ କୃଷିର ପ୍ରଚାର ପ୍ରସାର ହେଉ, ନିଜ ଅଭିଯାନ ଜାରି ରଖିଥିଲେ କମଳା ପୂଜାରୀ । Post navigation ଦିଲ୍ଲୀ ଇନ୍ଭେଷ୍ଟର୍ସ ମିଟ୍ ରେ ୧୩ ଏମ୍.ଓ.ୟୁ ସ୍ୱାକ୍ଷରିତ, ୧୫ ନିବେଶ ପ୍ରସ୍ତାବ ୱକଫ୍ ବିଲ୍ ଭୋଟିଂ ମାମଲା; ହୋଟେଲରେ ବରିଷ୍ଠ ଓ ଯୁବ ବିଜେଡି ନେତାଙ୍କ ମେଳି