ଡିପ୍‌ଥେରିଆ ସଂକ୍ରମଣ ନେଇ ଆଜି ଗଣମାଧ୍ୟକୁ ସୂଚନା ଦେଇ ପରିବାର କଲ୍ୟାଣ ନିର୍ଦ୍ଦେଶିକା କହିଛନ୍ତି ରାୟଗଡ଼ା ନୁହେଁ କଳାହାଣ୍ଡି ହେଉଛି ଡିପ୍‌ଥେରିଆ ସଂକ୍ରମଣର ଉତ୍ସ। ପ୍ରଥମେ କଳାହାଣ୍ଡି ଇନ୍ଦ୍ରାବତୀ ବୁଡ଼ି ଅଞ୍ଚଳରୁ ଏହି ସଂକ୍ରମଣ ବ୍ୟାପିଥିବା କହିଲେ ପରିବାର କଲ୍ୟାଣ ନିର୍ଦ୍ଦେଶିକା। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କଳାହାଣ୍ଡି, କୋରାପୁଟରେ ଚାଲିଛି ସର୍ଭେଲାନ୍ସ ।

ଡିପ୍‌ଥେରିଆରେ ମୃତ ୧୧ ବର୍ଷୀୟ ଝିଅର ଓଜନ ୧୫ କେଜି ଥିଲା। ତାହା ଅପପୁଷ୍ଟି କି ନାହିଁ, ସେନେଇ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅପରପକ୍ଷରେ ଡିପଥେରିଆକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ରାୟଗଡ଼ା କାଶୀପୁରରେ ୧ ବର୍ଷ ବୟସ ମଧ୍ୟରେ ଥିବା ଶିଶୁଙ୍କୁ ଦିଆଯାଇଛି ପେଣ୍ଟା ଡୋଜ୍। ସେହିପରି ୫ରୁ ୧୫ ବର୍ଷ ବୟସ୍କଙ୍କୁ ଟିଡି ଡୋଜ୍ ଦିଆଯିବ। ବର୍ତ୍ତମାନ ଗାଇଡଲାଇନ୍ ଅନୁସାରେ ସଂକ୍ରମଣ ଅଂଚଳରେ ସର୍ଭେଲାନ୍ସ ଚାଲିଥିବା ବେଳେ ସରିବା ପରେ ସଂକ୍ରମଣ ବ୍ୟାପିଥିବା ଅନ୍ୟ ଅଞ୍ଚଳରେ ବୁଷ୍ଟର ଡୋଜ୍ ଦିଆଯିବ।

ଆଗକୁ ଗଜପତି, କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରିରେ ସର୍ଭେଲାନ୍ସ ହେବ ବୋଲି ସୂଚନା ମିଳିଛି। ଅପରପକ୍ଷରେ ଡିପଥେରିଆ ବାୟୁ ଦ୍ୱାରା ସଂକ୍ରମିତ ହେଉଥିବାରୁ ଏହାକୁ ରୋକିବା ପାଇଁ ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ମାସ୍କ ପିନ୍ଧିବା ସହ ହାତ ଧୋଇବା ଭଳି ନିୟମ ପାଳନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *