ଭୁବନେଶ୍ୱର : ବିସ୍ଫୋରକ ବୟାନ ଦେଲେ ଲକ୍ଷ୍ମୀପୁରର ନେତା କୈଳାସ କୁଲେସିକା । ବିଜେଡି ବିରୋଧରେ ସାଂଘାତିକ ବୟାନ ଦେଲେ କୁଲେସିକା । ଟିକେଟ ନଦେଇ, କୋଟିଏ ଟଙ୍କା ଯାଚିଥିବା କହିଲେ କୁଲେସିକା । ବବି ଦାସ ମୋତେ ଟିକେଟ ପ୍ରତିଶ୍ରୁତି ଦେଇ ବିଜେଡିକୁ ଆଣିଥିଲେ । ମୁଁ ମିଶିବାକୁ ତାଙ୍କ ପାଖକୁ ଯାଇନଥିଲି, ସେମାନେ ମୋ ପାଖକୁ ଆସିଥିଲେ । କାଲି ପର୍ଯ୍ୟନ୍ତ ବି କହିଥିଲେ ଟିକେଟ ଦେବେ, ଟିଭିରୁ ଜାଣିଲି କାଟିଛନ୍ତି । ଟିକେଟ ନଦେଇ କୋଟିଏ ଟଙ୍କା, ଏସଡିସି ଉପଦେଷ୍ଟା ପଦ ଯାଚୁଛନ୍ତି । ମୋତେ କୋଟିଏରେ କିଣିବାକୁ ପ୍ରୟାସ କଲେ, ବହୁତ ବାଧିଲା । ପ୍ରତିଶ୍ରୁତୁ ଦେଇ ପୂରଣ କଲେନି, ମୋ ବିଶ୍ୱାସରେ ବିଷ ଦେଲେ । ମୋ ଅଭିଷାପ ପଡିବ,ଲକ୍ଷ୍ମୀପୁରରେ ବିଜେଡି ଚୁରମାର ହୋଇଯିବ । କୁଲେସିକାଙ୍କ ଅଭିଯୋଗ ନେଇ ବବି କିମ୍ବା ବିଜେଡିର ପ୍ରତିକ୍ରିୟା ମିଳିନି ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *