ଭାରତୀୟ ରାଷ୍ଟ୍ର ସମିତି (BRS)ରୁ କେ କବିତା ସସ୍‌ପେଣ୍ଡ୍‌। ଦଳରୁ ସସ୍‌ପେଣ୍ଡ୍‌ କଲେ କେ.ଚନ୍ଦ୍ରଶେଖର ରାଓ । BRSର ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ନିଜ ଝିଅ କେ. କବିତାଙ୍କୁ ଦଳରୁ ନିଲମ୍ବନ କରିଛନ୍ତି । ଦଳ ବିରୋଧୀ କାର୍ଯ୍ୟକଳାପ ଯୋଗୁଁ କେ. କବିତାଙ୍କୁ ଦଳରୁ ନିଲମ୍ବିତ କରାଯାଇଥିବା ସୂଚନା ରହିଛି ।

ବିଆରଏସ ଦ୍ୱାରା ଜାରି ନୋଟିସରେ କୁହାଯାଇଛି ଯେ, ଦଳ ବିରୋଧୀ କାର୍ଯ୍ୟକଳାପ ବିଆରଏସ ଦଳ ପାଇଁ କ୍ଷତିକାରକ । ଦଳର ମୁଖ୍ୟ ନେତାମାନଙ୍କ ବିରୁଦ୍ଧରେ କବିତାଙ୍କ ସାମ୍ପ୍ରତିକ ମନ୍ତବ୍ୟ ଏବଂ ଅଭିଯୋଗକୁ ଗମ୍ଭୀରତାର ସହ ନିଆଯାଇଛି ।

ଶୃଙ୍ଖଳା କମିଟିର ସୁପାରିଶରେ BRS କବିତାଙ୍କୁ ନିଲମ୍ବିତ କରାଯାଇଛି। ୨୦୨୪ରେ ଦିଲ୍ଲୀ ମଦ ଦୁର୍ନୀତିରେ କବିତାଙ୍କ ଗିରଫ ହୋଇଥିଲେ।

ସୂଚନା ଯୋଗ୍ୟ; ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ କବିତା ଅଭିଯୋଗ କରିଥିଲେ ଯେ କାଳେଶ୍ୱରମ୍ ପ୍ରକଳ୍ପରେ କେସିଆରଙ୍କ ଉପରେ ଦୁର୍ନୀତିର ଅଭିଯୋଗ ଆଣିବା ପଛରେ କେସିଆରଙ୍କ ଭଣଜା ହରିଶ ରାଓ (ପୂର୍ବ ଅର୍ଥମନ୍ତ୍ରୀ) ଏବଂ ଅନ୍ୟ ଜଣେ ଭଣଜା ସନ୍ତୋଷ କୁମାର ଏବଂ ମେଘା କୃଷ୍ଣ ରାଓଙ୍କ ହାତ ଅଛି । ସେମାନେ କେସିଆରଙ୍କ ନାମକୁ ଏଥିରେ ହେରଫେର କରି ଟାଣି ନେଇଥିଲେ । ଦଳୀୟ ସୀମା ପାର କରିବା ପାଇଁ କବିତାଙ୍କୁ ନିଲମ୍ବିତ କରାଯାଇଛି ।

 

Leave a Reply

Your email address will not be published. Required fields are marked *