ଆଜି ନୁହେଁ ଆସନ୍ତା ୯ରେ ହେବ ରତ୍ନଭଣ୍ଡାର ଖୋଲିବା ନିଷ୍ପତ୍ତି । ଆଜିର ରତ୍ନଭଣ୍ଡାର କମିଟି ବୈଠକ ପରେ ଜଷ୍ଟିସ ବିଶ୍ବନାଥ ରଥଙ୍କ ସୂଚନା । ସେ କହିଛନ୍ତି ଡୁପ୍ଲିକେଟ ଚାବି ଟ୍ରେଜେରୀରେ ଥିବା ସ୍ପଷ୍ଟ ହୋଇଛି । ଅସ୍ଥାୟୀ ରତ୍ନଭଣ୍ଡାର କେଉଁଠି ହେବ ପରିଚାଳନା କମିଟି ନିଷ୍ପତ୍ତି ନେବ ।

୯ ତାରିଖ ବୈଠକରେ ମୁଖ୍ୟ ପ୍ରଶାସକ ଚାବି ଉପସ୍ଥାପନ କରିବେ। ରତ୍ନଭଣ୍ଡାର ଯାଞ୍ଚ କମିଟି ଆଗରେ ଚାବି ଉପସ୍ଥାପନ କରିବେ ମୁଖ୍ୟ ପ୍ରଶାସକ। ଚାବି ଉପସ୍ଥାପନ ହେଲା ପରେ କେବେ ଖୋଲାଯିବ ସେହିଦିନ ନିଷ୍ପତ୍ତି ନିଆଯିବ। ନୀତିକାନ୍ତି ପ୍ରଥମ, ଶ୍ରଦ୍ଧାଳୁଙ୍କ ଦର୍ଶନ ଦ୍ବିତୀୟ, ଏହାକୁ ଗୁରୁତ୍ବ ଦିଆଯିବ । ଗଣତି, ମଣତି କିଭଳି କରାଯିବ, ସେନେଇ ଅଲଗା କମିଟି କରାଯିବ । ଆମେ ଗହଣା ଚିହ୍ନି ପାରିବୁନି, ତେଣୁ ସେନେଇ ଅଲଗା ସବ୍‌ କମିଟି ହେବ । ଏହାପରେ ସେଠାରେ ଥିବା ବହୁମୂଲ୍ୟ ଅଳଙ୍କାରର ମଣତି ଗଣତି କରାଯିବ । କିନ୍ତୁ ମରାମତି କାମ ପାଇଁ ଆବଶ୍ୟକ ପଡିଲେ ସୁନା ଅଳଙ୍କାରକୁ କେଉଁଠାରେ ସୁରକ୍ଷିତ ରଖାଯିବ ତାହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ତେବେ ମଣତି ଗଣତି ପାଇଁ ଜଣେ ଦକ୍ଷ ବଣିଆଙ୍କୁ ଅଣାଯିବ ଯିଏକି ଅଳଙ୍କାର ଗୁଡିକର ସଠିକ ଓଜନ କରିବା ସହ ଅଳଙ୍କାର ଗୁଡିକର ଚରିତ୍ର ନିର୍ଦ୍ଧାରଣ କରିପାରିବେ’ । ପୂର୍ବଥର ୭୦ ଦିନରୁ ଅଧିକ ଲାଗିଥିଲା, ଏଥର ଶୀଘ୍ର ସରିବା ଆଶା ରହିଛି । ଉନ୍ନତ ଟେକ୍ନୋଲୋଜି ଥିବାରୁ ଶୀଘ୍ର ଗଣତି କାମ ସରିବ । ଗଣତି, ମଣତିରେ କିଏ ରହିବେ ଆମେ କେବଳ ପରାମର୍ଶ ଦେବୁ ।

ସେ ଆଉ ମଧ୍ୟ କହିଛନ୍ତି ମହାପ୍ରଭୁ ମନ୍ଦିର ଲେଉଟିବା ପୂର୍ବରୁ ଗହଣା ସିଫ୍ଟ ହେବ ବୋଲି ଆଶା କରାଯାଉଛି । ଗହଣା ସିଫ୍ଟ ହୋଇ ଭଣ୍ଡାର ମରାମତି ଆରମ୍ଭ ହେବ । ଦୁଇ ଦଶନ୍ଧି ହେଲାଣି, ତାଲା ଖୋଲାଯାଇନାହିଁ। ଏଣୁ ଯଦି ଉକ୍ତ ଚାବିରେ ରତ୍ନଭଣ୍ଡାର ଖୋଲିବ ନାହିଁ, ତେବେ ତାଲା ଭଙ୍ଗାଯିବ। ତାଲା କିଭଳି ଭଙ୍ଗାଯିବ ସେନେଇ ଏସ୍‌ଓପି ପ୍ରସ୍ତୁତ କରାଯିବ। ପ୍ରସ୍ତୁତ ଏସ୍‌ଓପି ସରକାରଙ୍କଠାରେ ଉପସ୍ଥାପନ କରାଯିବ ବୋଲି ଜଷ୍ଟିସ୍ ବିଶ୍ବନାଥ ରଥ କହିଛନ୍ତି।

Leave a Reply

Your email address will not be published. Required fields are marked *