ବିଜେପିର ଫୋକସରେ ଓଡ଼ିଶା। ଓଡ଼ିଶାରେ ସରକାର କରିବା ଲକ୍ଷ୍ୟ ନେଇ ଘନଘନ ଗସ୍ତରେ ଆସୁଛନ୍ତି କେନ୍ଦ୍ରୀୟ ମନ୍ତ୍ରୀ । ଆସନ୍ତାକାଲି ସକାଳେ ଭୁବନେଶ୍ୱରରେ ରୋଡ୍‌ ଶୋ’ କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା। ଆସନ୍ତାକାଲି ସକାଳୁ ମାଉସୀ ମାଆ ମନ୍ଦିରଠାରୁ ଲିଙ୍ଗରାଜ ମନ୍ଦିର ଯାଏଁ କରିବେ ରୋଡ୍ ସୋ’ । ତେବେ ଖାଲି ସେତିକି ନୁହେଁ, ଅପରାହ୍ନରେ ପଦ୍ମପୁର ଓ ସୁନ୍ଦରଗଡ଼ରେ ସଭା କରିବେ ନଡ୍ଡା। ଏନେଇ ଆଜି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର ।

Leave a Reply

Your email address will not be published. Required fields are marked *