ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟକୁ ସାମ୍ବାଦିକଙ୍କୁ ପ୍ରବେଶ ନିଷେଧ କରାଯାଇଛି । ବ୍ଲକ କାର୍ଯ୍ୟାଳୟରେ ଥିବା ହିସାବ ଅଧିକାରୀଙ୍କ ପ୍ରକୋଷ୍ଠ ସମ୍ମୁଖରେ ବଡ଼ ବଡ଼ ଅକ୍ଷରରେ ସାମ୍ବାଦିକଙ୍କୁ ପ୍ରବେଶ ନିଷେଧ ଲେଖାଯାଇଛି । ପୋଷ୍ଟରରେ ବ୍ଲକ ଉନ୍ନୟନ ଅଧିକାରୀଙ୍କ ସ୍ଵାକ୍ଷର ମଧ୍ୟ ରହିଛି । ତେବେ ଏହି ପୋଷ୍ଟର କିଏ ମାରିଲା ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଥିବା ବେଳେ ସାନଖେମୁଣ୍ଡି ପ୍ରେସ କ୍ଳବ ପକ୍ଷରୁ ଘଟଣାକୁ ନିନ୍ଦା କରାଯିବା ସହ ଆଜି ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଇଥିଲା । Post navigation ବରଗଡ଼ରେ ଯୁବତୀ ଅପହରଣ ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ପୋଲିସ ଫେବୃଆରୀ ୧୩ ରୁ ବିଧାନସଭା ବଜେଟ ଅଧିବେଶନ, ୧୭ ରେ ବଜେଟ୍ ଉପସ୍ଥାପନ