ପୁରୀ ଜିଲ୍ଲା, ପିପିଲି ସିଫାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପିଏମ କିଷାନ ସମ୍ମାନ ନିଧି କାର୍ଯ୍ୟକ୍ରମରେ ଖବର ସଂଗ୍ରହ ସମୟରେ ସାମ୍ବାଦିକ ଓ ଭିଡିଓ ଜର୍ଣ୍ଣାଲିଷ୍ଟଙ୍କୁ ମାଡ଼ ମାରିଛନ୍ତି ଦୁର୍ବୁତ୍ତ । ସାମ୍ବାଦିକ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ, ଶିଖ ଅବଦୁଲ ଏବଂ ଡ୍ରାଇଭର କୁ ମାଡ଼ ମାରିବା ସହିତ କ୍ୟାମେରା, ମୋବାଇଲ ଛଡେଇ ନେଇଛନ୍ତି ଦୁର୍ବୁତ୍ତ । ପୋଲିସଙ୍କ ଉପସ୍ଥିତିରେ ମାଡ଼ ମରାଯାଇଥିବା ଅଭିଯୋଗ ଆଣିଛନ୍ତି ସାମ୍ବାଦିକ । ଦୈନିକ ଧରିତ୍ରୀର ସାମ୍ବାଦିକ ଏବଂ ଓଡ଼ିଶା ଭାସ୍କର ପ୍ରତିନିଧିଙ୍କ ଉପରେ ଆକ୍ରମଣ ପ୍ରସଙ୍ଗରେ ବିଜେଡି ସାମ୍ବାଦିକ ସମ୍ମିଳନୀ କରି ଘଟଣାକୁ ତୀବ୍ର ନିନ୍ଦା କରିଛି । ରାଜ୍ୟ ସରକାରର ବିଫଳତା ଯୋଗୁଁ, ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଓଡିଶା ଆଜି ବିଶ୍ୱରେ ଲଜ୍ଜିତ ହେଉଛି ବୋଲି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି । Post navigation ଟ୍ରିବ୍ୟୁନାଲ ତାରିଖ ବନ୍ଦ ହେବ, ଆପୋସ ଆଲୋଚନାରେ ମହାନଦୀ ଜଳବିବାଦର ସମାଧାନ ହେବ: ମନମୋହନ ସାମଲ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ