ଖବର ସଂଗ୍ରହବେଳେ ବଲାଙ୍ଗିର ଜିଲ୍ଲା, ପୁଇଁତଳା ଥାନା ଅନ୍ତର୍ଗତ କୁଲଥିପାଲି ଗାଁରେ ସାମ୍ବାଦିକ ବିଜୟ କୁମାର ପ୍ରଧାନଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତ ଠିକାଦାର ଗଜେନ୍ଦ୍ର ଦଳାଇ ଆଜି ଗିରଫ ହୋଇଛି । ଏନେଇ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ୍ ସୂଚନା ଦେଇଛନ୍ତି । ଏହି ଘଟଣାରେ ପୂର୍ବରୁ ବଲାଙ୍ଗୀର ପୋଲିସ ଚାରି ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଠିକାଦାର ଫେରାର ଥିଲା । ସାମ୍ବାଦିକଙ୍କୁ ଅମାନବୀୟ ନିର୍ଯାତନାର ଶିକାର ହେବାର ଘଟଣା ବଲାଙ୍ଗୀର ଜିଲ୍ଲା ସମେତ ସାରା ରାଜ୍ୟରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି । କୁଲଥିପାଲି ଗାଁରେ ଏକ ନିର୍ମାଣ କାର୍ଯ୍ୟରେ ଦୁର୍ନୀତି ଅଭିଯୋଗର ତଦନ୍ତ କରୁଥିବା ସାମ୍ବାଦିକ ବିଜୟ କୁମାର ପ୍ରଧାନଙ୍କୁ ଠିକାଦାର ଓ କିଛି ବ୍ୟକ୍ତି ମିଳିତ ଭାବେ ଆକ୍ରମଣ କରିଥିଲେ । Post navigation ପୁରୀ ଜଗନ୍ନାଥଙ୍କ ଓ ଗରିବ ଲୋକଙ୍କ ଜମି ଉପରେ କ’ଣ ପାଇଁ ଆଖି ରଖିଛି ବେଦାନ୍ତ: ନିରଞ୍ଜନ ପଟ୍ଟନାୟକ ଜୁନ୍ରେ ହେବ ଅଧିକ ବର୍ଷା: ଆଇଏମ୍ଡି ଡିଜି