ଛତିଶଗଡ ବିଜାପୁରରେ ଜଣାଶୁଣା ଏନଡିଟିଭି ସାମ୍ୱାଦିକ ମୁକେଶ ଚନ୍ଦ୍ରାକରଙ୍କୁ ନିର୍ମମ ହତ୍ୟା କରାଯାଇଛି । ଜଣେ ଠିକାଦାରଙ୍କ ପାଇଖାନା ଟାଙ୍କିରୁ ସାମ୍ବାଦିକଙ୍କ ମୃତ ଦେହ ଉଦ୍ଧାର କରିଛି ପୁଲିସ । ଗତ ୧ ତାରିଖରୁ ନିଖୋଜ ଥିଲେ ମୁକେଶ । ତାଙ୍କର ଫୋନ୍ ମଧ୍ୟ ୧ ତାରିଖରୁ ବନ୍ଦ ରହିଥିଲା । ସୂଚନା ଅନୁଯାୟୀ ନିମ୍ନମାନର ରାସ୍ତା ନିର୍ମାଣ ନେଇ ସେ ଖବର ପ୍ରସାରଣ କରିଥିଲେ । ସେହି କାରଣରୁ ଠିକାଦାର ତାଙ୍କୁ ହତ୍ୟା କରି ପାଇଖାନା ଟାଙ୍କିରେ ଫିଙ୍ଗିଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ପୁଲିସ ଏନେଇ ତଦନ୍ତ ଆରମ୍ଭ କରିଛି । ସନ୍ଦିଗ୍ଧଙ୍କୁ ଏ ଵିଶିଷ୍ୟନେଇ ପଚରାଉଚରା କରାଯାଉଥିବା ବିଷୟ ବସ୍ତର ଆଇଜି ସୂଚନା ଦେଇଛନ୍ତି । Post navigation HMPVକୁ ନେଇ ଭୟଭୀତ ନହେବାକୁ କେନ୍ଦ୍ରର ପରାମର୍ଶ ଜାନୁଆରୀ ୮ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି