ଜୟପୁରର ମୁଖ୍ୟ ରାସ୍ତାରେ ଥିବା ନ୍ୟୁ ବାସବି ଜୁଏଲାରୀ ଦୋକାନ ମାଲିକଙ୍କ ମୃତ୍ୟୁ । ଜୁଏଲାରୀ ବ୍ୟବସାୟୀ ‘ନାନୀ ବାବୁ’ନାମରେ ପରିଚିତ ହରି ପ୍ରସାଦଙ୍କ ମୃତ୍ୟୁ ଏବେ ସମଗ୍ର ବ୍ୟବସାୟୀଙ୍କୁ ଚକିତ କରିଛି। କିଛି ଦିନ ତଳେ ଅକ୍ଟୋବର ୨୯ ଧନତେରାସରେ ଜୁଏଲାରୀରେ ରେଡ୍ କରିଥିଲା ସିଟି ଜିଏସଟି । ସିଟି ଜିଏସଟି ରେଡ୍ ସମୟରେ ଅସୁସ୍ଥ ହୋଇପଡିଥିଲେ ହରପ୍ରସାଦ । ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ଆଜି ସକାଳେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି। ଜିଏସଟି ରେଡ୍ ପରେ ଜିଏସଟି ଅଧିକାରୀଙ୍କ ଚାପଗ୍ରସ୍ତରେ ମୃତ୍ୟୁ ବରଣ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ ।

ଅଭିଯୋଗ ଅନୁଯାୟୀ;ଧନତେରାସ ଦିନରେ ହିଁ ଦୋକାନ ଉପରେ ଜିଏସଟି ରେଡ୍ କରିଥିଲା । ସେହିଦିନ ଉତ୍ସବ ଥିବାରୁ  ଦୋକାନରେ ବହୁ ସଂଖ୍ୟାରେ ଲୋକଙ୍କର ଭିଡ଼ ଜମିଥିଲା। କିନ୍ତୁ ଏହି ସମୟରେ ଜିଏସଟି ପାଖରେ ଚଢାଉ ପରେ ଜିଏସଟି ଅଧିକାରୀମାନେ ତାଙ୍କ ଉପରେ ମାନସିକ ଚାପ ପକାଇଥିଲେ ଯାହା ସହି ନପାରି ହରି ପ୍ରସାଦ ଅସୁସ୍ଥ ହୋଇପଡିଥିଲେ । ଏହାପରେ ଚିକିତ୍ସିତ ଅବସ୍ଥାରେ ଆଜି ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି।

ଅନ୍ୟପଟେ ହରି ପ୍ରସାଦଙ୍କୁ ଜିଏସଟି ଅଧିକାରୀ ଦ୍ୱାରା ମାନସିକ ନିର୍ଯ୍ୟାତନା ଦିଆଯାଉଥିବା ଅଭିଯୋଗରେ ଚାମ୍ବର ଅଫ୍ କମର୍ସ ପକ୍ଷରୁ ଆସନ୍ତା କାଲି ଜୟପୁରର ସମସ୍ତ ଛୋଟ ବଡ଼ ଦୋକାନ ବଜାର ବନ୍ଦ ଡାକରା ଦିଆଯାଇଛି ।

Leave a Reply

Your email address will not be published. Required fields are marked *