ବିହାର ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କଲା ଜେଡିୟୁ । ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୫୭ ଜଣଙ୍କ ନାଁ ଘୋଷଣା କଲା ଜେଡିୟୁ । ଚିରାଗ ପାଶୱାନ ଦାବି କରୁଥିବା ୪ଟି ସିଟ୍ରେ ପ୍ରାର୍ଥୀ ଦେଲା ଜେଡିୟୁ। ମୋଟ୍ ୧୦୧ ଆସନରେ ନିର୍ବାଚନ ଲଢ଼ିବ ଜେଡିୟୁ । ତେଣୁ ଦଳ ଆଗାମୀ ଦିନରେ ଅବଶିଷ୍ଟ ଆସନରେର ପ୍ରାର୍ଥୀ ଘୋଷଣା କରିବ । ତାଲିକା ଅନୁସାରେ ୭ ଥର ବିଧାୟକ ହୋଇଥିବା ନନ୍ଦ କିଶୋର ଯାଦବଙ୍କ ଟିକେଟ କାଟିଛି ବିଜେପି । ନନ୍ଦ କିଶୋର ଯାଦବ ବ୍ୟତୀତ ମନ୍ତ୍ରୀ ମୋତିଲାଲ ପ୍ରସାଦଙ୍କ ଟିକେଟ ମଧ୍ୟ କଟିଛି । ଜାରି ହୋଇଥିବା ପ୍ରାର୍ଥୀ ତାଲିକାରେ ବହୁ ବରିଷ୍ଠ ନେତାଙ୍କ ନାମ ସାମିଲ ରହିଛି । ଜେଡିୟୁର କ୍ୟାବିନେଟ୍ ମନ୍ତ୍ରୀ ମହେଶ୍ୱର ହଜାରୀ କଲ୍ୟାଣପୁରରୁ ଲଢ଼ିବେ, ସୋନବରସାରୁ ରତ୍ନେଶ ସଦା, ମୋକମାରୁ ଅନନ୍ତ ସିଂହ, ମୋରବାରୁ ବିଦ୍ୟାସାଗର ନିଷାଦ, ଏକମାରୁ ଘୁମଲ ସିଂହ, ମୀନାପୁରରୁ ଅଜୟ କୁଶୱା ଏବଂ ରାଜଗୀରୁ କୌଶଲ କିଶୋରଙ୍କୁ ଟିକେଟ୍ ମିଳିଛି । ସେହିପରି ଚିରାଗ ପାଶୱାନ ଦାବି କରୁଥିବା ଚାରୋଟି ଆସନ ଯଥା ସୋନବରସା, ମୋରବା, ଏକମା, ଏବଂ ରାଜଗୀର ଆସନରେ ଜେଡିୟୁ ପ୍ରାର୍ଥୀ ଦେଇଛି । ଗତକାଲି ବିଜେପି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା । ତାଲିକାରେ ୭୧ ଜଣ ଆଶାୟୀଙ୍କ ନାଁ ରହିଥିଲା । Post navigation Former Bonai MLA Passes Away: ବଣାଇର ପୂର୍ବତନ ବିଧାୟକ ହେମେନ୍ଦ୍ର ପ୍ରସାଦ ମହାପାତ୍ରଙ୍କ ପରଲୋକ Ghasiram Files Nomination: ନୂଆପଡ଼ା ଉପନିର୍ବାଚନ; ନାମାଙ୍କନ ପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ