ନୂଆପଡ଼ା ବିଧାନସଭା ଉପନିର୍ବାଚନରେ ପ୍ରଚାରରେ ନୁଆପଡା ଉଠୁଛି ପଡୁଛି । ବିଜେପି ନେତା ମନ୍ତ୍ରୀ ସାଂସଦ ବିଧାୟକ ସବୁ ଅଞ୍ଚଳ କୁ ଯାଇ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଙ୍କ ପାଇଁ ଭୋଟ ଭିକ୍ଷା କରୁଛନ୍ତି । ସାଧାରଣ ସଭା, ପଦଯାତ୍ରା, ଘର ଘର ବୁଲି, କର୍ମୀ ସମ୍ମିଳନୀ, ବିଭିନ୍ନ ସାମାଜିକ ବୈଠକ ମାଧ୍ୟମ ରେ ନିର୍ବାଚନୀ ପ୍ରଚାର ଚାଲିଛି । ହେଲେ ବର୍ତ୍ତମାନ ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ବିଧାୟକ ଯାହାଙ୍କୁ ନୂଆପଡ଼ା ବିଧାନସଭା ଉପନିର୍ବାଚନ ରେ ସହ ପ୍ରମୁଖ ଦାୟୀତ୍ୱ ମିଳିଛି ଜୟ ନାରାୟଣ ମିଶ୍ର ଏକ ନିଆରା ଓ ଅଭିନବ ଉପାୟରେ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି । ଜୟ ନାରାୟଣ ମିଶ୍ର ଗତ ଦୁଇ ଦିନ ପୂର୍ବରୁ “ବିଜୟ ସଂକଳ୍ପ ରଥ” ର ଶୁଭାରମ୍ଭ କରିଥିଲେ । ବିଜୟ ସଂକଳ୍ପ ରଥ ହେଉଛି ଗାଡ଼ି ଆଧାରିତ ସାଂସ୍କୃତିକ ପ୍ରଚାର ଅଭିଯାନ, ଯାହା ସଙ୍ଗୀତ, ନୃତ୍ୟ ଓ ସଜିବ ଅଭିନୟ ମାଧ୍ୟମରେ ସରକାରଙ୍କ ଯୋଜନା, ଉନ୍ନତିମୂଳକ କାର୍ଯ୍ୟ ଓ ସାମାଜିକ ସନ୍ଦେଶକୁ ଲୋକମାନଙ୍କ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଉଦ୍ଦିଷ୍ଟ । ଖରିଆର ରୋଡରେ ଏହି ଯୋଜନାର ସଫଳତା ଲୋକସଚେତନତା ବୃଦ୍ଧି ଓ ସମାଜ ସହ ଯୋଗାଯୋଗକୁ ଆହୁରି ମଜବୁତ କରୁଛି । ପାଞ୍ଚ ଥର ସମ୍ବଲପୁର ବିଧାୟକ ଭାବେ ବିଜୟ ଲାଭ କରିଥିବା ଜୟନାରାୟଣ ମିଶ୍ରଙ୍କ ଦିଗଦର୍ଶନରେ ସମ୍ବଲପୁରରୁ ଆସିଥିବା ଏହି ସାଂସ୍କୃତିକ ଦଳ ଚଳନ୍ତି ମଞ୍ଚ (ମୋବାଇଲ ଷ୍ଟେଜ୍) ଦ୍ୱାରା ଖରିଆର ରୋଡରେ ଅଭିନବ ଶୈଳୀରେ ପ୍ରଚାର କରୁଛନ୍ତି। ଶହଶହ ଲୋକ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ, ଉତ୍ସାହ ଓ ସମର୍ଥନ ପ୍ରଦର୍ଶନ କରୁଛନ୍ତି। ରଥ ପ୍ରତିଦିନ ସନ୍ଧ୍ୟା ୪ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଚାଲିଥାଏ ଓ ଏହାରେ ଉଚ୍ଚ ମାନର ସାଉଣ୍ଡ, ଲାଇଟିଂ ଓ ମଞ୍ଚ ସୁବିଧା ସହିତ ୧୪ ଜଣ ସାଂସ୍କୃତିକ ଶିଳ୍ପୀ ଦଳ ଅଂଶଗ୍ରହଣ କରୁଛନ୍ତି । ବିଭିନ୍ନ ଜନଗହଳି ପୁର୍ଣ୍ଣ ସ୍ଥାନରେ କାର୍ଯ୍ୟକ୍ରମ ପରିବେଷଣ କରିବା ସମୟରେ ମନ୍ତ୍ରୀ ମାନେ ପହଞ୍ଚି ବିଜେପି ସରକାର ର ବିଭିନ୍ନ ଉପଲବ୍ଧି ବିଷୟ ରେ କହି ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ଭୋଟ ଭିକ୍ଷା କରୁଛନ୍ତି । ଏହାକୁ ଦେଖି ଲୋକେ ଓ ଦଳିୟ କର୍ମୀ କହୁଛନ୍ତି “ଜୟ ଙ୍କ ବିଜୟ ପାଇଁ ଜୟଙ୍କ ନିଆର ଅଭିନବ ପ୍ରୟାସ”। Post navigation Ruchi Masala founder passes away: ରୁଚି ମସଲାର ପ୍ରତିଷ୍ଠାତା ଶରତ ଚନ୍ଦ୍ର ସାହୁଙ୍କ ପରଲୋକ LVM3-M5: ଇତିହାସ ସୃଷ୍ଟି କଲା ଇସ୍ରୋ; ଶ୍ରୀହରିକୋଟାରୁ ଉତକ୍ଷେପଣ ହେଲା LVM3 ଲଞ୍ଚ ଭେହିକଲ