ଆଜି ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା କେନ୍ଦ୍ରାପଡ଼ାର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡ଼ାଙ୍କୁ ଭେଟିଛନ୍ତି କେନ୍ଦ୍ରାପଡ଼ା ପ୍ରିୟ ନେତା ଜୟ ପଣ୍ଡା। ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ନଥିବାରୁ ସେ ଚିକିତ୍ସିତ ହେଉଥିବା ହସ୍ପିଟାଲ ଯାଇଁ ତାଙ୍କୁ ଭେଟି ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ। ସେ ଭଗବାନଙ୍କ ନିକଟରେ ତାଙ୍କର ଆଶୁ ଆରୋଗ୍ୟ କାମନା ମଧ୍ୟ କରୁଛନ୍ତି।