କେନ୍ଦ୍ରାପଡ଼ା ନେତା ବୈଜୟନ୍ତ ପଣ୍ଡା ନିର୍ବାଚନ ପାଇଁ ଜୋରଦାର ପ୍ରଚାର ଆରମ୍ଭ କରିଛନ୍ତି। ଏହି ଅବସରରେ ବିଧାନସଭା ପ୍ରାର୍ଥୀ ଦୁର୍ଗା ପ୍ରସନ୍ନ ନାୟକ ଉପସ୍ଥିତ ଥିଲେ । ପରେ ଛପାଲୀ ଠାରେ ଅନୁଷ୍ଠିତ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବାକୁ ଆହ୍ୱାନ ଦେଇଥିଲେ ।

ଓଡ଼ିଶାରେ ଡବଲ୍ ଇଞ୍ଜିନ ସରକାର ଦରକାର । ଗତ କିଛିଦିନ ତଳେ ଆଳିରେ ପ୍ରଚାରର ମଙ୍ଗ ଧରିଥିବା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଏଭଳି ଆହ୍ୱାନ ଦେଇଛନ୍ତି । ସେ କହିଛନ୍ତି, ତାଙ୍କ ପ୍ରତିନିଧିତ୍ୱ ବେଳେ କେନ୍ଦ୍ରାପଡ଼ାକୁ ରେଲୱେ ପହଞ୍ଚିବା ନେଇ ସବୁ ବ୍ୟବସ୍ଥା ସରିଥିଲା ।ହେଲେ ସ୍ଥାନୀୟ ସମସ୍ୟା ଯୋଗୁଁ ଯେଉଁଭଳି ଶିଳ୍ପ ଦରକାର, ତାହା ହୋଇପାରିନି । ଏଥର ବିଜେପି ସାରା ଦେଶରେ ୪୦୦ ପାର୍ ଟାଗେର୍ଟ ହାସଲ କରିବ । ଏଥିରେ ଓଡ଼ିଶା ବି ସାମିଲ ହେବ ବୋଲି ଦୋହରାଇଥିଲେ ବୈଜୟନ୍ତ । ସାରା ଦେଶବାସୀ ଏବେ ମୋଦିଙ୍କୁ ୩ୟଥର ପ୍ରଧାନମନ୍ତ୍ରୀ କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ବୈଜୟନ୍ତ।

ସାରା ଦେଶ ଭଳି କେନ୍ଦ୍ରାପଡ଼ାରେ ବି ମୋଦିଙ୍କ ପ୍ରତି ପ୍ରଚଣ୍ଡ ଜନମତ ରହିଛି । ୨୦୧୪ ତୁଳନାରେ ୧୯ରେ କେନ୍ଦ୍ରାପଡ଼ାରେ ବିଜେପିର ୪୦୦% ଭୋଟ୍‌ ବଢ଼ିଥିଲା । ବିଗତ ୫ ବର୍ଷରେ ଆମର ଭୋଟ ହାରରେ ବହୁତ ଅଭିବୃଦ୍ଧି ହୋଇଛି । ମୋଦିଙ୍କ ପ୍ରଗତି ରଥରେ ଓଡ଼ିଶା ଯୋଡ଼ି ହେବ, ଚାହାଁନ୍ତି କେନ୍ଦ୍ରାପଡ଼ାବାସୀ । ମୋଦିଙ୍କ ଅନୁଦାନ ଆଉ ହାଇଜାକ୍‌ କରିହେବନାହିଁ, ସେମାନେ ଜାଣିଗଲେଣି ବୋଲି କହିଛନ୍ତି ବୈଜୟନ୍ତ ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *