ରାଜ୍ୟର ଖୋର୍ଦ୍ଧା ଜିଲ୍ଲାର ଗୁରୁଜଙ୍ଗଠାରେ ଥିବା ଜବାହାର ନବୋଦୟ ବିଦ୍ୟାଳୟରେ ଜଣ୍ଡିସ୍ ବ୍ୟାପିବାରେ ଲାଗିଛି। ୩୦ ଛାତ୍ରଛାତ୍ରୀଙ୍କ ନମୁନା ପରୀକ୍ଷା ପଜିଟିଭ୍ ଆସିଛି। ଛାତ୍ରଛାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ଆବାସିକ ବିଦ୍ୟାଳୟ କର୍ତ୍ତୃପକ୍ଷ ଘରକୁ ପଠାଇ ଦେଇଛନ୍ତି। ଜ୍ୱରରେ ପୀଡିତ ଅନ୍ୟ ୧୦୦ ଜଣ ଛାତ୍ରଛାତ୍ରୀଙ୍କ ନମୁନା ପରୀକ୍ଷା ରିପୋର୍ଟକୁ ଅପେକ୍ଷା କରାଯାଇଛି। ସେମାନଙ୍କୁ ମଧ୍ୟ ଘରକୁ ପଠାଇ ଦିଆଯାଇଛି।

ଅନ୍ୟପଟେ ଏହି ଘଟଣା ପରେ ସ୍କୁଲରେ ସ୍ବାସ୍ଥ୍ୟ ବିଭାଗର ଟିମ୍ ଓ ୱାଟକୋ ଟିମ୍ ପହଞ୍ଚିଛନ୍ତି। ୱାଟକୋ ଟିମ୍ ୧୨ଟି ସ୍ଥାନରୁ ଜଳ ନମୁନା ସଂଗ୍ରହ କରିଛନ୍ତି। କିଛି ଜଳର ନମୁନା ସେଠାରେ ପରୀକ୍ଷା କରାଯାଇଥିବାବେଳେ ସମସ୍ତ ନମୁନାକୁ ପରୀକ୍ଷା ପାଇଁ ଲାବ୍ରୋଟାରୀକୁ ପଠାଯାଇଛି।

ଅନ୍ୟପକ୍ଷରେ ସ୍କୁଲ ପରିସରରେ ବିଶୋଧନ, ସଚେତନ ପ୍ରତି ମଧ୍ୟ ଦୃଷ୍ଟି ଦିଆଯାଉଛି। ବର୍ତ୍ତମାନ ପ୍ରି-ବୋର୍ଡ ପରୀକ୍ଷା ଚାଲୁଛି। ସ୍ବାସ୍ଥ୍ୟଗତ ସମସ୍ୟାକୁ ଭୟର ବାତାବରଣ ଯୋଗୁ ଛାତ୍ରୀଛାତ୍ର, ଅଭିଭାବକ ସମସ୍ତେ ଚିନ୍ତାରେ ରହିଛନ୍ତି। ସଂକ୍ରମଣ ବିଷୟରେ ଅବଗତ ହେବା ପରେ, JNV କର୍ତ୍ତୃପକ୍ଷ ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଜରୁରୀ ପଦକ୍ଷେପ ନେଇଥିଲେ। ତଥାପି, କ୍ୟାମ୍ପସରେ ସଂକ୍ରମଣ ଧୀରେ ଧୀରେ ବୃଦ୍ଧି ପାଇଲା, ଯାହା ଅଭିଭାବକମାନଙ୍କ ଚିନ୍ତାକୁ ଆହୁରି ଘନିଭୂତ କଲା। ରବିବାର ଦିନ ଏକ ଡାକ୍ତରୀ ଦଳ ସ୍କୁଲ ପରିଦର୍ଶନ କରି ପରିସ୍ଥିତିର ସମୀକ୍ଷା କରିକ୍ୟାମ୍ପସରେ ଥିବା ଅନ୍ୟ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ।

Leave a Reply

Your email address will not be published. Required fields are marked *