ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଜଟଣୀ ବ୍ଲକ ସହକାରୀ ଯନ୍ତ୍ରୀ । ଭୁବନେଶ୍ୱରର ଖଣ୍ଡଗିରିସ୍ଥିତ ଘରେ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସହକାରୀ ଯନ୍ତ୍ରୀ ନିବେଦିତା ମହାନ୍ତିଙ୍କୁ ଭିଜିଲାନ୍ସ ବିଭାଗ ଧରିଥିଲା ।ସୂଚନାଯୋଗ୍ୟ, ପୁରୁଣା ଏକ ବିଲ୍ ପାସ କରାଇଦେବାକୁ କହି ଜଣେ ଠିକାଦାରଙ୍କଠାରୁ ଲାଞ୍ଚ ନେଉଥିଲେ ନିବେଦିତା । ଏହି ସମୟରେ ପୂର୍ବରୁ ଜାଲ ବିଛାଇଥିବା ଭିଜିଲାନ୍ସ ବିଭାଗ ନିବେଦିତାଙ୍କୁ ଧରିଥିଲା। ତାଙ୍କୁ ଅଟକ ରଖି ଅଧିକ ପଚରାଉଚରା କରାଯାଉଛି।

Leave a Reply

Your email address will not be published. Required fields are marked *