ଭାରତୀୟ ଦଳର ଷ୍ଟାର ବୋଲର ଯଶପ୍ରୀତ ବୁମରାହ ହେଲେ ଆଇସିସି ଟେଷ୍ଟ କ୍ରିକେଟର ଅଫ୍ ଦି ଇୟର ୨୦୨୪ । ଷଷ୍ଠ ଭାରତୀୟ ଭାବେ ଯଶପ୍ରୀତ ବୁମରା ହେଲେ ଆଇସିସି ଟେଷ୍ଟ କ୍ରିକେଟର ଅଫ୍ ଦି ଇୟର । ପ୍ରଥମ ଭାରତୀୟ ପେସ୍‌ ବୋଲର ଭାବେ ବୁମରା ସମ୍ମାନୀତ ହୋଇଛନ୍ତି। ୨୦୨୪ରେ ୧୩ଟି ଟେଷ୍ଟ ମ୍ୟାଚରୁ ୭୧ଟି ୱିକେଟ ନେଇଛନ୍ତି ବୁମରା । ତାଙ୍କ ପୂର୍ବରୁ ରାହୁଲ ଦ୍ରାବିଡ, ଗୌତମ ଗମ୍ଭୀର, ବୀରେନ୍ଦ୍ର ସେହ୍ବାଗ, ରବିଚନ୍ଦ୍ରନ ଅଶ୍ବିନ, ବିରାଟ କୋହଲି ଏହା ହାସଲ କରିଥିଲେ ।

ସେହିପରି ସ୍ମୃତି ମନ୍ଧାନା ଜିତିଲେ ଆଇସିସି ମହିଳା ଦିନିକିଆ କ୍ରିକେଟର ଅଫ୍ ଦି ଇୟର । ପ୍ରଥମ ଭାରତୀୟ ମହିଳା ଭାବେ ଆଇସିସି ସମ୍ମାନ ଜିତିଲେ ମନ୍ଧାନା । ସ୍ମୃତି ମାନ୍ଧାନା ତାଙ୍କ କ୍ୟାରିୟର ଏକ ବଡ଼ ସଫଳତା ହାସଲ କରିଛନ୍ତି । ୨୦୨୪ ବର୍ଷରେ ଦିନିକିଆରେ ସେ ୧୩ଟି ମ୍ୟାଚ୍ ଖେଳି୫୭.୪୬ ହାରରେ ୭୪୭ ରନ୍ କରିଛନ୍ତି । ଏଥିରେ୪ଟି ଶତକ ଓ ୩ଟି ଅର୍ଦ୍ଧଶତକ ସାମିଲ୍। ସେ ପ୍ରଥମ ଭାରତୀୟ ମହିଳା କ୍ରିକେଟର୍ ଭାବେ ଏହି ଉପଲବ୍ଧି ହାସଲ କରିଛନ୍ତି ।

Leave a Reply

Your email address will not be published. Required fields are marked *