କୁସୁମାର ଆଲିସାନ ବଙ୍ଗଳାକୁ ନେଇ ଯାଜପୁର ପୌରପାଳିକାକୁ ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ । କିଏ, କାହିଁକି ଓ କେଉଁ ସଂସ୍ଥା ନିର୍ମାଣ କରିଛି ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । କାମର ସ୍ୱଚ୍ଛତା ଓ ବୈଧତା ନେଇ ଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ ଦେଇଥିବା ସୁଚନା ।

ଯାଜପୁରର କୁସୁମା ପୋଖରୀ ଭିତରେ ତିଆରି ହୋଇଥିବା ୨ ଆକର୍ଷଣୀୟ ବଙ୍ଗଳାକୁ ନେଇ ଏବେ ଆଲୋଚନା ଜୋର ଧରିଛି। ଏହି ବଙ୍ଗଳା ସରକାରୀ ଅର୍ଥରେ ନିର୍ମାଣ ହୋଇଥିବାବେଳେ ତାହା ପ୍ରଭାବଶାଳୀଙ୍କ କବ୍‌ଜାରେ ଚର୍ଚ୍ଚା ଚାଲିଥିବା । ତେଣୁ ସେଠାକୁ ସାଧାରଣ ଲୋକଙ୍କୁ ବାରଣ କରାଯାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ତେଣୁ କିଏ, କାହିଁକି ଓ କେଉଁ ସଂସ୍ଥା ନିର୍ମାଣ କରିଛି ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।

Leave a Reply

Your email address will not be published. Required fields are marked *