କେନ୍ଦୁଝର ଜେଲ୍‌ ଅଧୀକ୍ଷକ ସତ୍ୟପ୍ରକାଶ ସ୍ବାଇଁଙ୍କ ପୁଳା ପୁଳା ସମ୍ପତ୍ତି ଠାବ ହୋଇଛି। ଭୁବନେଶ୍ବର ଲକ୍ଷ୍ମୀସାଗରରେ ଦେଢ଼ କୋଟି ମୂଲ୍ୟର ୪ ମହଲା କୋଠା ଠାବ ହୋଇଛି। ଭୁବନେଶ୍ବର, ବଲାଙ୍ଗିର ଓ ଢେଙ୍କାନାଳରେ ୪ଟି ବାସୋପଯୋଗୀ ପ୍ଲଟ୍‌ ରହିଛି। ଏଥିସହ ୧୦ ଲକ୍ଷ ଟଙ୍କାର ଗହଣା, ୬.୨୪ ଲକ୍ଷର ବ୍ୟାଙ୍କ ଜମା ଜବତ ହୋଇଛି। ଗୋଟିଏ କାର, ଗୋଟିଏ ବାଇକ୍‌ ଓ ୧୪.୪୬ ଲକ୍ଷ ଟଙ୍କାର ଆସବାବପତ୍ର ହୋଇଛି।

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ଜିଲ୍ଲା ମୁଖ୍ୟ କାରାଗାରର ଅଧୀକ୍ଷକଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଥିଲା। କେନ୍ଦୁଝର ଅଫିସ, ବାସଭବନ, ଭଦ୍ରକସ୍ଥିତ ପୈତୃକ ଘର, ଭୁବନେଶ୍ୱର ଲକ୍ଷ୍ମୀ ସାଗରସ୍ଥିତ ନିଜ ଘର ଓ ଶ୍ୱଶୁର ଘର, ଜାଗମରାସ୍ଥିତ ଘର ସମେତ ୭ଟି ସ୍ଥାନରେ ଚଢଉ କରାଯାଇଥିଲା।

Leave a Reply

Your email address will not be published. Required fields are marked *